25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶକେନ୍ଦ୍ର ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଟିଏମସି ସାଂସଦଙ୍କ ବିକ୍ଷୋଭ

କେନ୍ଦ୍ର ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଟିଏମସି ସାଂସଦଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ଆଗରେ ଟିଏମସି ସାଂସଦଙ୍କ ବିକ୍ଷୋଭ । ଇଡି ରେଡକୁ ବିରୋଧ କରି ଶୁକ୍ରବାର ବିକ୍ଷୋଭ କରିଛନ୍ତି ଟିଏମସି ସାଂସଦ । ବିକ୍ଷୋଭ କରୁଥିବାବେଳେ ପୋଲିସ ଏବଂ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସାଂସଦଙ୍କୁ ଘଟଣାସ୍ଥଳରୁ ହଟାଇଛି ଦିଲ୍ଲୀ ପୋଲିସ। ବିଜେପି ବିରୁଦ୍ଧରେ ନାରାବାଜି କରି ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି । ଅନ୍ୟପଟେ ସାଂସଦମାନେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ଇଡି ଏବଂ ସିବିଆଇକୁ ବ୍ୟବହାର କରାଯାଉଛି । ପ୍ରତିବାଦ ଥମିନଥିବାରୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାଂସଦଙ୍କୁ ଅଟକ ରଖିଛି । ଅର୍ଥ ହେରଫେର ମାମଲାରେ ଆଇ- ପେକ ଉପରେ ରେଡ କରିଥିଲା ଇଡି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାଟା ନେଇଯାଇଥିବା ନେଇ ଇଡି ଅଭିଯୋଗ କରିଛି । କୋର୍ଟରେ ଇଡି ଓ ଟିଏମସି ପକ୍ଷରୁ ପୃଥକ ମାମଲା ରୁଜୁ କରିଛି । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟରେ ଇଡି, ସିବିଆଇ, ଆଇଟି ଚଢ଼ାଉ କିଛି ନୂଆକଥା ନୁହେଁ । ଯେଉଁଠି ଭୋଟ୍ ପଡ଼ିବାକୁ ଥିବ, ସେଠି ତଦନ୍ତ ସଂସ୍ଥା ଆକ୍ସନ ମୋଡକୁ ଆସିବା ସାଧାରଣ କଥା । ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗରେ ମଧ୍ୟ ଇଡି ଚଢ଼ଉ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking