25.1 C
Bhubaneswar
Sunday, May 3, 2026
Homeଓଡିଶାସ୍କୁଟି ଉପରେ ଚଢିଗଲା ହାଇୱା: ସ୍କୁଟି ଚାଳକ ଗୁରୁତର

ସ୍କୁଟି ଉପରେ ଚଢିଗଲା ହାଇୱା: ସ୍କୁଟି ଚାଳକ ଗୁରୁତର

ଜଳେଶ୍ୱର: ଜଳେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା । ସ୍କୁଟି ଉପରେ ଚଢିଗଲା ହାଇୱା । ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ ମହମ୍ମଦ ନଗର ପାଟଣା ଗାଁ ଶଙ୍କର ଲାଲ ଦେଙ୍କ ଝିଅ ଲାବଣ୍ୟପ୍ରଭା ଭୂୟାଁ ବୋଲି ଚିହ୍ନଟ କରାଯାଇଛି । ସେ ସ୍ଠାନୀୟ ବାଘାବାଳି ସ୍ଥିତ ଜ୍ଞାନ ମନ୍ଥର ପବ୍ଲିକ ଇଣ୍ଟରନ୍ୟାସନାଲ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଜଳେଶ୍ୱର- ରାଜଘାଟ ଓଟି ରୋଡର ମହମ୍ମଦ ନଗର ପାଟଣା ଠାରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ବେଲପାଳ ନିକଟରେ ଚୋରାବାଲି ଆଣିବାକୁ ଯାଉଥିବା ଏକ ହାଇୱା ଲାବଣ୍ୟଙ୍କ ସ୍କୁଟି ଉପରେ ଚଢାଇ ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ସେ ଜଳେଶ୍‌ବର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଶିକ୍ଷୟତ୍ରୀଙ୍କ ପରିବାର ଗ୍ରାମବାସୀ ଶିକ୍ଷୟିତ୍ରୀଙ୍କ ଚିକିତ୍ସା ସୁବିଧା,ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ବନ୍ଦ କରିବା, ଜଳେଶ୍ୱର-ରାଜଘାଟ ଓଟି  ରୋଡ ରାସ୍ତା ମରାମତି ଦାବି ନେଇ ରାସ୍ତାରୋକ କରିଛନ୍ତି । ଖବର ପାଇ ଜଳେଶ୍ଵର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଚେଷ୍ଟା କରୁଛିତେବେ ଏହି ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking