27.1 C
Bhubaneswar
Monday, January 12, 2026
Homeଓଡିଶାଜଣ୍ଡିସ ଘଟଣା: ପିଲାଙ୍କୁ ଘରକୁ ନେବାକୁ ଅଭିଭାବକଙ୍କୁ ନିର୍ଦେଶ

ଜଣ୍ଡିସ ଘଟଣା: ପିଲାଙ୍କୁ ଘରକୁ ନେବାକୁ ଅଭିଭାବକଙ୍କୁ ନିର୍ଦେଶ

ଖୋର୍ଦ୍ଧା: ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରଖିଲେ ନବୋଦୟ ସମିତି କମିଶନର । ଆସନ୍ତା ୧୪ ପର୍ଯ୍ୟନ୍ତ ପିଲାଙ୍କୁ ଘରକୁ ନେଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ନିର୍ଦ୍ଦେଶ ଜାରି କଲେ ନବୋଦୟ ବିଦ୍ୟାଳୟ ପ୍ରିନ୍ସପାଲ ।ବିଦ୍ୟାଳୟରେ ଜଣ୍ଡିସ୍‌ ଏଭଳି କୋକୁଆଭୟ ସୃଷ୍ଟି କରିଛି ଯେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଘରକୁ ପଳାଇ ଗଲେଣି। ଘରକୁ ଯାଇଥିବା ବିଦ୍ୟାର୍ଥୀଙ୍କ ରକ୍ତ ନମୁନା ମଧ୍ୟ ପଜିଟିଭ୍‌ ବାହାରୁଛି। ଦୁଇ ମାସ ତଳେ ୧୮ରୋଗୀ ଚିହ୍ନଟ ହୋଇଥିଲେ। ଏ ରୋଗ ଗତବର୍ଷ ନଭେମ୍ବରରୁ ଆରମ୍ଭ ହେଲାଣି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ଗଲା ଅକ୍ଟୋବର ବେଳକୁ ପିଲାମାନେ ଛୁଟିରେ ଘରକୁ ଯାଇ ଫେରିଥିଲେ। ସେଥିରୁ କିଛି ପିଲା ଜଣ୍ଡିସ୍‌ ଦ୍ବାରା ସଂକ୍ରମିତ ହୋଇଥିଲେ। ତାଙ୍କୁ ଚିହ୍ନଟ କରିବାରେ ବିଳମ୍ବ ହେଲା। ଫଳରେ ଧୀରେ ଧୀରେ ରୋଗ ବ୍ୟାପକ ରୂପ ନେଲା। ଗତ ନଭେମ୍ବର ବେଳକୁ ପ୍ରଥମେ ଛଅ ଜଣ ପିଲାଙ୍କଠାରେ ଏହି ରୋଗ ଚିହ୍ନଟ ହେଲା। ତା’ ପର ମାସ ଡିସେମ୍ବର ବେଳକୁ ଆଉ ୧୩ ଜଣ ଚିହ୍ନଟ ହେଲେ। ଗଲା ଡିସେମ୍ବର ସୁଦ୍ଧା ମୋଟ ୧୮ ଜଣ ଚିହ୍ନଟ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking