ଯାଜପୁର: ଶନିବାର ଦିନ ସାମ୍ରାଜ୍ୟବାଦୀ ଆମେରିକା ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆନ୍ତର୍ଜାତିକ ସମସ୍ତ ଆଇନ, ନୀତି ନିୟମକୁ ପାଦରେ ଦଳିଦେଇ ଏକ ସ୍ଵାଧୀନ ସାର୍ବଭୌମ ରାଷ୍ଟ୍ର ଭେନେଜୁଏଲା ଉପରେ ଆକ୍ରମଣ କରି ସେ ଦେଶର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ସ୍ତ୍ରୀ ସିଲିଆ ଫ୍ଲୋରେସ ଙ୍କୁ ଗିରଫ କରି ନିଜ ଦେଶକୁ ନେଇଆସିଛନ୍ତି। ତାଙ୍କ ଉପରେ ବହୁ ମିଥ୍ୟା ଅଭିଯୋଗ ଆଣି ତାଙ୍କର ବିଚାର କରାଯିବ ବୋଲି କହିଛନ୍ତି। ଏକ ସ୍ଵାଧୀନ ସାର୍ବଭୌମ ରାଷ୍ଟ୍ର ଉପରେ ଏଭଳି ଅଗଣତାନ୍ତ୍ରିକ ଆକ୍ରମଣକୁ ସାରା ବିଶ୍ଵର ବିଭିନ୍ନ ଦେଶରେ କୋଟି କୋଟି ଶାନ୍ତି କାମି ମଣିଷ ପ୍ରତିବାଦ କରିଛନ୍ତି। ଆମ ଦେଶରେ ମଧ୍ୟ ଏହାକୁ ନେଇ ବିଭିନ୍ନ ସ୍ତରରେ ଶୁଭବୁଦ୍ଧି ସମ୍ପନ୍ନ ଗଣତନ୍ତ୍ର ପ୍ରେମୀ ମଣିଷ ପ୍ରତିବାଦ କରିଛନ୍ତି। ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ସାରା ଭାରତ ବର୍ଷରେ ପ୍ରତିବାଦ ପରିପ୍ରେକ୍ଷୀରେ ଆଜି ଯାଜପୁର ରୋଡର ଗୋପବନ୍ଧୁ ଛକ ଠାରେ ଏକ ପ୍ରତିବାଦ ସଭା ରାଜ୍ୟ କମିଟି ସଦସ୍ୟ ବିଜୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ରାଜ୍ୟ କମିଟି ସଦସ୍ୟ ସୁରେଶ ପ୍ରଧାନ, କେଦାର ନାଥ ସାହୁ, ଜିଲ୍ଲା କମିଟି ସଦସ୍ୟ ନିରୁପମା ବେହେରା, ବିଶିଷ୍ଟ ସଙ୍ଗଠକ ମେଘନାଦ ମଲ୍ଲିକ, ଅଲେଖ ମଲ୍ଲିକ, ବିଜୟ ଜେନା ,ଶରତ ଜେନା ପ୍ରମୁଖ ବକ୍ତବ୍ୟ ରଖି କହିଲେ ଯେ ଭେନେଜୁଏଲା ହେଉଛି ଵିଶ୍ଵର ତୃତୀୟ ସର୍ବାଧିକ ତୈଳ ଖଣିର ଦେଶ। ତେଣୁ ଆମେରିକା ଓ ତାର ମିତ୍ର ରାଷ୍ଟ୍ର କର୍ପୋରେଟ ହାଉସ ଙ୍କ ଲୋଲୁପ ଦୃଷ୍ଟି ରହିଛି କିପରି ତାକୁ ନିଜ ଅକ୍ତିଆରକୁ ଆଣିବେ। ସେଥିପାଇଁ ଏକ ସ୍ଵାଧୀନ ସାର୍ବଭୌମ ରାଷ୍ଟ୍ର ଉପରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣି ଏହି ଆକ୍ରମଣ। ଏହା ବିରୁଦ୍ଧରେ ଆମ ଦେଶ ର ସମସ୍ତ ଗଣତାନ୍ତ୍ରିକ ଶୁଭବୁଦ୍ଧି ସମ୍ପନ୍ନ ଜନସାଧାରଣ ବ୍ୟାପକ ଶାନ୍ତି ଆନ୍ଦୋଳନ ଗଢି ତୋଳିବା ପାଇଁ ବକ୍ତା ମାନେ ଆହ୍ଵାନ ଦେବା ସଙ୍ଗେ ସଙ୍ଗେ ଆମେରିକା ଯଥାଶୀଘ୍ର ଭେନେଜୁଆଲା ର ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ିଦେବାକୁ ବକ୍ତବ୍ୟ ରେ କହି ଥିଲେ ।ସଭାପତିଙ୍କ ଅଭିଭାଷଣ ପରେ ସଭା ଶେଷ ହୋଇଥିଲl










