ଜୟପୁର: ଏମିତି ବି ଆସେ ମୃତ୍ୟୁ। ମା’ଙ୍କ ମୃତ୍ୟୁ ଖବର ଶୁଣି ସହିନପାରି ଟଳିପଡିଲା ପୁଅ। ମାଙ୍କ ମୃତଦେହକୁ କୋଳରେ ଧରି ପୁଅର ମୃତ୍ୟୁ ହୋଇଛି । ଜୟପୁରର ସୁନାରୀ ସାହିରେ ଏଭଳି ଦୁଃଖଦ ଘଟଣା ଘଟିଛି । ସବୁ ଦିନ ପରି ସକାଳୁ ବିଲକୁ ଯାଇ ଫେରିବା ପରେ ମାଙ୍କୁ ଡାକିଥିଲା ପୁଅ । କିନ୍ତୁ ପୁଅ ରବିର ଡାକ ମା ନ ଶୁଣିବାରୁ ତାଙ୍କ ପାଖକୁ ଯାଇ ଉଠାଇଥିଲା। ମାଆ ନଉଠିବାରୁ ସାହି ପଡୋଶୀଙ୍କୁ ଡାକିଥିଲା। ପଡୋଶୀ ପହଞ୍ଚି ପୁଅକୁ କହିଥିଲେ । ମା ଆଉ ନାହିଁ । ମା ର ମୃତ୍ୟୁ ଖବର ଶୁଣି ମାକୁ କୋଳରେ ଧରି କାନ୍ଦିବାକୁ ଲାଗିଲା ପୁଅ। କିଛି ସମୟ ପରେ ପୁଅ ମଧ୍ୟ କାନ୍ଦି କାନ୍ଦି ସେଠାରେ ଟଳିପଡିଥିଲେ । ହୃଦଘାତରେ ପୁଅର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।









