30.1 C
Bhubaneswar
Tuesday, February 3, 2026
Homeଓଡିଶାଟ୍ୱିନ୍ ସିଟିରେ ଲାଗିଲା କଟକଣା

ଟ୍ୱିନ୍ ସିଟିରେ ଲାଗିଲା କଟକଣା

ଭୁବନେଶ୍ୱର: ପ୍ରଦୂଷଣ ପାଇଁ ଟ୍ୱିନ୍ ସିଟିରେ ଲାଗିଲା କଟକଣା । ଭୁବନେଶ୍ୱର ଓ କଟକରେ କଟକଣା ଲାଗିଲା । ୭ ଦିନ ପର୍ଯ୍ୟନ୍ତ କଟକଣା ଲଗାଇଲେ ସରକାର । ଏନେଇ ସୂଚନା ଦେଇଛନ୍ତି ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ସୂଚନା ଅନୁସାରେ, ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ ରହିବ । ବାହାରେ ଆବର୍ଜନା କିମ୍ବା ଢାବାରେ କୋଇଲା ଜାଳିବା ମନା । ରାତିରେ ଭାରି ଯାନ ଚଳାଚଳ ଉପରେ ବି ଲାଗିଲା କଟକଣା । ଏନଏଚ ଉପରେ ଦିନକୁ ୩ ଥର ପାଣି ସିଞ୍ଚନ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବନାହିଁ । କଟକଣାକୁ ବଳବତ୍ତର ରଖିବାକୁ ପୋଲିସ ଏବଂ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଗତକାଲି ବାଲେଶ୍ୱର ପୌରପାଳିକା ଓ ୟୁଏଲବି ପାଇଁ ପ୍ରଦୂଷଣ କଟକଣା ଲାଗୁ କରାଯାଇଥିଲା । ଲଗାତାର ଏକ୍ୟୁଆଇ ବୃଦ୍ଧିକୁ ନେଇ ଜିଲ୍ଲାପାଳ ଗାଇଡଲାଇନ୍ ଜାରି କରିଥିଲେଏହା ପୂର୍ବରୁ ସର୍ବାଧିକ କ୍ୟୁଆଇ ସହ ପ୍ରଥମେ ତାଳଚେରରେ କଟକଣା ଲାଗୁ କରାଯାଇଥିଲା । ତାଳଚେର ପୌରାଞ୍ଚଳ ପାଇଁ ଗ୍ରାପ୍ ଷ୍ଟେଜ-୨ ଗାଇଡଲାଇନ ଜାରି କରାଯାଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking