ଯାଜପୁର: ଯାଜପୁର ଇସ୍କନ ମନ୍ଦିରରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପୌଷ ପୂର୍ଣ୍ଣିମା ତିଥିରେ ଯାଜପୁରରେ ଇସ୍କନ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଆଜି ପ୍ରତ୍ୟୁଷରୁ ଠାକୁରଙ୍କ ମଙ୍ଗଳା ଆଳତୀ, କୀର୍ତ୍ତନ, ଦର୍ଶନ ଆଳତୀ, ଗୁରୁ ପୂଜା, ଭୋଗ ଆରତୀ କରାଯାଇ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଏଥିସହ ଆଜି ଠାରୁ ଆଗାମୀ ୭ ଦିନ ଧରି ମନ୍ଦିର ପରିସରରେ ଭାଗବତ କଥାମୃତ ପ୍ରବଚନ ଜାରି ରହିବ । ଏହି ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବାଚକ ଭାବେ ଶ୍ରୀପାଦ ଅକ୍ଷୟହରୀ ଦାସ ବ୍ରହ୍ମଚାରି ଯୋଗଦାନ କରି ଭାଗବତ କଥାମୃତ ଉପରେ ପ୍ରବଚନ ପ୍ରଦାନ କରୁଛନ୍ତି । ଶହ ଶହ ଶ୍ରଦ୍ଧାଳୁ ଯୋଗଦାନ କରି ପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିବା ସହ ପ୍ରବଚନ ଶୁଣିଥିଲେ। ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।










