30.1 C
Bhubaneswar
Tuesday, February 3, 2026
Homeଓଡିଶାରୁପାଲି ଛକ ଦୁର୍ଘଟଣା: ୪ ଲକ୍ଷ ଅନୁକମ୍ଫା ରାଶି ଘୋଷଣା

ରୁପାଲି ଛକ ଦୁର୍ଘଟଣା: ୪ ଲକ୍ଷ ଅନୁକମ୍ଫା ରାଶି ଘୋଷଣା

ଭୁବନେଶ୍ୱର: ରୁପାଲି ଛକରେ ଆମ ବସ୍ ଦୁର୍ଘଟଣା ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁର୍ଘଟଣାରେ ମୃତ ଅଟୋ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡି (ସିଏମଆରଏଫ)ରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଯାଜପୁର ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଶନିବାର ରୂପାଲି ଛକରେ ଆମ ବସ ଧକ୍କାରେ ବିଷ୍ଣୁଙ୍କ ଜୀବନ ଯାଇଥିଲା। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହ ଆମ୍ ବସ୍ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱାରୋପ କରିଛନ୍ତି । ଡ୍ରାଇଭରମାନଙ୍କୁ ନିୟମିତ ଟ୍ରେନିଂ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି । ଏମଭିଆଇମାନଙ୍କ ଦ୍ୱାରା ଆମ ବସ୍‌ଗୁଡିକର ଫିଟନେସ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏପରି ଦୁର୍ଭାଗ୍ୟଜନକ ଘଟଣା ଯେପରି ବାରମ୍ବାର ନଘଟିବ ତାହାର ସମୀକ୍ଷା ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking