24.1 C
Bhubaneswar
Wednesday, February 4, 2026
Homeଓଡିଶାଭୁବନେଶ୍ୱର ପଥ ଉତ୍ସବ: ରାଜପଥରେ ନାଚଗୀତ

ଭୁବନେଶ୍ୱର ପଥ ଉତ୍ସବ: ରାଜପଥରେ ନାଚଗୀତ

ଭୁବନେଶ୍ୱର: ଭୁବନେଶ୍ୱରରେ ମହାନ ପଥ ଉତ୍ସବ ଫେରିଆସିଛି ଆଜି ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ। ମାଷ୍ଟର୍ କ୍ୟାଣ୍ଟିନ୍ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନାଚଗୀତ। ବର୍ଷର ପ୍ରଥମ ପଥ ଉତ୍ସବ ପାଇଁ ରାଜପଥରେ ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଛି।ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୋଲିସର କଟକଣା ଜାରି କରିଛନ୍ତି। ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ନ କରିବାକୁ ପରାମର୍ଶ ଦେଇଛନ୍ତି। ଟ୍ରାଫିକ୍ ପୋଲିସ ଯାତ୍ରୀମାନଙ୍କୁ କଟକଣା ଅବଧି ମଧ୍ୟରେ ଏହି ରାସ୍ତାକୁ ଏଡାଇବାକୁ ଏବଂ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କର୍ତ୍ତୃପକ୍ଷ ଆଗାମୀ ସପ୍ତାହଗୁଡ଼ିକରେ ପଥ ଉତ୍ସବ ପାଇଁ ଅତିରିକ୍ତ ତାରିଖ ଏବଂ ସ୍ଥାନ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଜାନୁଆରୀ ୧୮ ତାରିଖରେ ଜାଗମରାରେ ଅନୁଷ୍ଠିତ ହେବ, ଏବଂ ଏହା ପରେ ଫେବୃଆରୀ ୧ ତାରିଖରେ ଇନଫୋସିଟି ଅଞ୍ଚଳରେ ଆଉ ଏକ ସଂସ୍କରଣ ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking