25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ନୂଆ ବର୍ଷରେ ଭାରତୀୟ କ୍ରିକେଟ ଦଳର ପ୍ରଥମ ପରୀକ୍ଷା ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଛି । ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧ ଜାନୁଆରୀରୁ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିବ । ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ପୂର୍ବରୁ ଘୋଷଣା କରାଯାଇସାରିଛି । ସେହିପରି ଦିନିକିଆ ସିରିଜ୍ ପାଇଁ ଜାନୁଆରୀ ୩ ଦିନ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଦିନିକିଆ ସିରିଜରେ ଶୁବମନ ଗିଲ୍ ଦଳର ଅଧିନାୟକତ୍ୱ କରିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଆଘାତ କାରଣରୁ ଶୁବମନ ଖେଳିପାରିନଥିଲେ, ସେହି ସମୟରେ କେ.ଏଲ୍. ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ସେହି ସିରିଜକୁ ଭାରତ ୨-୧ ରେ ନିଜ ନାମରେ କରିଥିଲା । ଶୁବମନଙ୍କ ସହ ମହମ୍ମଦ ସିରାଜ ଏବଂ ଶ୍ରେୟସ ଆୟର ମଧ୍ୟ ଦଳକୁ ଫେରିଛନ୍ତି । ତେବେ ଶ୍ରେୟସ ସେତେବେଳେ ସିରିଜରେ ଭାଗ ନେଇପାରିବେ, ଯେତେବେଳେ ତାଙ୍କୁ ଫିଟ୍ ଘୋଷଣା କରାଯିବ।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ:
ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍. ରାହୁଲ (ୱିକେଟ୍ କିପର), ଶ୍ରେୟସ ଆୟର (ଉପ-ଅଧିନାୟକ*), ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣା, କୁଲଦୀପ ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂ ଏବଂ ଯଶସ୍ୱୀ ଜୈସୱାଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking