ନୂଆଦିଲ୍ଲୀ: କେକେଆରରୁ ବିଦା ହେବେ ବାଂଲାଦେଶୀ କ୍ରିକେଟର । ମୁସ୍ତଫିଜୁର ରେହମାନଙ୍କୁ ତୁରନ୍ତ ହଟାଇବାକୁ ବିସିସିଆଇ ନିର୍ଦ୍ଦେଶ ଦେଇଛି । ବିସିସିଆଇର ନିର୍ଦ୍ଦେଶ ପରେ ଶାହରୁଖ ଖାନଙ୍କୁ ବଡ ଝଟକା । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି । ଭାରତରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ ନିଲାମରେ କେକେଆର କିଣିଥିଲା । କିନ୍ତୁ ଏବେ ଆଇପିଏଲରେ ତାଙ୍କର ଅଂଶଗ୍ରହଣ ସନ୍ଦେହରେ ରହିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁସ୍ତାଫିଜୁରଙ୍କ ସମ୍ପର୍କରେ କେକେଆର ସହିତ କଥା ହୋଇ ତାଙ୍କୁ ବଦଳାଇବାକୁ କହିଛି ବିସିସିଆଇ ।ବାଂଲାଦେଶରେ ହିନ୍ଦୁ ବିରୋଧୀ ଘଟଣାରେ ବ୍ୟାପକ ଉତ୍ତଜେନା ଦେଖାଦେଇଛି ।










