25.1 C
Bhubaneswar
Monday, January 12, 2026
Homeଓଡିଶାବଦଳିଲା ଭସାପୋଲରେ ଯାତ୍ରୀ ପରିବହନ ନିୟମ

ବଦଳିଲା ଭସାପୋଲରେ ଯାତ୍ରୀ ପରିବହନ ନିୟମ

ଗଞ୍ଜାମ: ଭସାପୋଲରୁ ପଡି ଯାତ୍ରୀଙ୍କ ମୃତ୍ୟୁ ପରେ ପ୍ରଶାସନ ଚେତିଛି । ଭସାପୋଲରେ ଯାତ୍ରୀ ପରିବହନ ନିୟମ । ବାଧ୍ୟତାମୂଳକ ହେଲା ଲାଇଫ ଜାକେଟ । ଭସାପୋଲ ଚାଲୁଥିବା ସମୟରେ ବାହାର ଚାରିପାଖରେ ନରହି ମଝିରେ ରହିବେ ଯାତ୍ରୀ । ୪ ଚକିଆ କିମ୍ବା ବସରେ ଆସିଥିଲେ ବାହାରକୁ ନବାହାରି ସିଟ ବେଲ୍ଟ ବାନ୍ଧି ଗାଡି ଭିତରେ ହିଁ ଯାତ୍ରୀମାନେ ରହିବେ । ଏହି କଡା ନିୟମ କଡା ନିର୍ଦ୍ଦେଶ କରିଛି ପ୍ରଶାସନ । ସୂଚନା ଥାଉକି, ଗତକାଲି କୁହୁଡି ପାଇଁ ପ୍ରଶାସନ ଡଙ୍ଗା ଚାଳକ ପାଇଁ କଟକଣା ଲଗାଇଥିଲା । ୧୧ଟା ପରେ ଡଙ୍ଗା ଚଲାଇପାରିବେ । ଅନ୍ୟପଟେ କିଛି ଦିନ ତଳେ ଗଞ୍ଜାମର ଜଣେ ଯାତ୍ରୀ ତାଙ୍କ ପରିବାର ସହ ନୂଆବର୍ଷ ପାଳନ ପାଇଁ ଚିଲିକା ଆସିଥିଲେ । ପାଳନ ସାରି ଘରକୁ ଫେରିବା ବେଳେ ଭସାପୋଲରୁ ଯାତ୍ରୀ ଜଣଙ୍କ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking