19.1 C
Bhubaneswar
Tuesday, February 3, 2026
Homeଓଡିଶାଆସନ୍ତା ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟ କଂଗ୍ରେସମୟ ହେବ

ଆସନ୍ତା ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟ କଂଗ୍ରେସମୟ ହେବ

ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଗୋପ ବ୍ଲକଠାରେ ଏକ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବରେ ଯୋଗ ଦେଇ ପିସିସି ସଭାପତି ନିଜ ଅଭିଭାଷଣରେ କହିଛନ୍ତି ଯେ, କଂଗ୍ରେସ ପାଇଁ ଗୋପ ହେଉଛି ଏକ ଐତିହାସିକ କର୍ମଭୂମି l ଯାହା ପ୍ରସାଦ ଭାଇ କହୁଥିଲେ ଯେ, ଏହି ପବିତ୍ର ଭୂମିରୁ ଉତ୍କଳମଣି ଗୋପବନ୍ଧୁଙ୍କ ନେତୃତ୍ୱରେ କଂଗ୍ରେସ ସଙ୍ଗଠନ ଆରମ୍ଭ ହୋଇ ରାଜ୍ୟସାରା ବ୍ୟାପି ଥିଲା l ଏ ଅଂଚଳରେ କଂଗ୍ରେସର ଅବସ୍ଥା ଭଲ ନ ଥିବା ସତ୍ୱେ ନୂଆବର୍ଷ ଆରମ୍ଭରେ ଶହ ଶହ ସଂଖ୍ୟାରେ ମାଆ ଭଉଣୀ ଏବଂ ଲୋକେ ସଭାରେ ଯୋଗ ଦେଇଛନ୍ତି ଏବଂ ଦଳରେ ମିଶିଛନ୍ତି l କଂଗ୍ରେସରେ କାମ କରିବାକୁ ହେଲେ ଲୋକଙ୍କ ପାଇଁ କାମ କରିବାକୁ ପଡିବ l ସେଥିପାଇଁ ଜଗନ୍ନାଥଙ୍କଠାରେ କଂଗ୍ରେସ ସଂକଳ୍ପ ଯାତ୍ରା କରିଥିଲା l ବିଗତ ଦଶ ମାସ ହେବ ଆମେ ଲୋକଙ୍କ ପାଇଁ ସଂଗ୍ରାମ କରୁଛୁ l ନାରୀ ନ୍ୟାୟ ପାଇଁ ଘଟୁଥିବା ସମସ୍ତ ଅତ୍ୟାଚାର ବିରୁଦ୍ଧରେ ଆମେ ଲଢେଇ କରୁଛୁ l ସଂକଳ୍ପ ଯାତ୍ରାରେ ମୋର ହାତ ଭାଙ୍ଗିଗଲା କିନ୍ତୁ ମହାପ୍ରଭୁଙ୍କ ଯାତ୍ରା ମୁଁ ବନ୍ଦ କଲି ନାହିଁ, ଭଙ୍ଗା ହାତରେ ଆମେ ପଦଯାତ୍ରା କଲୁ l ଚିନ୍ତାକଲି ଗୋଟିଏ ହାତରେ ମାଗିଲେ ପ୍ରଭୁ ଦେଉଛନ୍ତି ନା ନାହିଁ l ଆଶ୍ଚର୍ଯ୍ୟର ବିଷୟ ଓଡିଶାର ବିଭିନ୍ନ ଅଂଚଳରୁ ହଜାର ହଜାର ଲୋକ ପଦଯାତ୍ରାରେ ସାମିଲ ହେଲେ l ରାଜ୍ୟରେ ବ୍ଲକ ମାନଙ୍କରେ କଂଗ୍ରେସ ତାର ଅସ୍ତିତ୍ବ ହରାଇ ବସିଥିଲା କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ନାରୀଦୁଷ୍କର୍ମ ବିରୁଦ୍ଧରେ କଂଗ୍ରେସ କର୍ମୀ ଉତ୍ସାହର ସହ ରାଜ୍ୟର 314 ଗୋଟି ବ୍ଲକରେ ମଶାଲ ଶୋଭାଯାତ୍ରା କଂଗ୍ରେସ କର୍ମୀ ଆୟୋଜନ କରିଥିଲେ l ପୂର୍ଵରୁ ସମସ୍ତଙ୍କ ମନ ଭାଂଗିକି ଥିଲା କିନ୍ତୁ ସମସ୍ତ କଂଗ୍ରେସ କର୍ମୀଙ୍କ ମନରେ ଏବେ ବେଶ ଉତ୍ସାହ ଉଦ୍ଦୀପନା ଅଛି l କଂଗ୍ରେସ ପାଇଁ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପ ନେଇଛନ୍ତି l ବିଧାନସଭା ଘେରାଉରୁ କଂଗ୍ରେସର ନୂତନ ଯାତ୍ରା ଆରମ୍ଭ ହୋଇଥିଲା l ଓଡିଶାର ସମସ୍ତ ପୁରପଲ୍ଲୀରୁ ପଚାଶ ହଜାର ଲୋକ ଭୁବନେଶ୍ୱର ପହଂଚିଥିଲେ l ନାରୀକୁ ସମ୍ମାନ ପାଇଁ ଆମ ଅଭିଯାନ ଥିଲା l ରାହୁଲ ଗାନ୍ଧୀଙ୍କ ମିଟିଙ୍ଗରେ ସ୍ଵଇଚ୍ଛାରେ ଲକ୍ଷ ଲକ୍ଷ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ଜନତା ଯୋଗ ଦେଇଥିଲେ l ଓଡିଶା ବନ୍ଦରେ ଜଗନ୍ନାଥଙ୍କ ଆଶୀର୍ବାଦରୁ ପ୍ରବଳ ଜନସମର୍ଥନ ମିଳିଲା l ନୂଆପଡା ନିର୍ବାଚନରେ ବିଜେଡିକୁ ପଛରେ ପକାଇ ଆମେ ଦ୍ବିତୀୟ ସ୍ଥାନ ଗ୍ରହଣ କଲୁ l କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି l ନାରୀ, ଶ୍ରମିକ କୃଷକ ଆଦିଙ୍କ ପାଇଁ ଆଗକୁ ଘୋର ବିପ୍ଳବ ହେବ l ମହାତ୍ମା ଗାନ୍ଧୀ ନାରେଗା ଯୋଜନାର ନାମ ପରିବର୍ତନ କରିଛନ୍ତି l ବିଜେପି ପାଇଁ ନାଥୁରାମ ଗଡ଼ସେ ହେଉଛି ଭଗବାନ l ଟାଟା କମ୍ପାନୀ ଆମ ଲୋକଙ୍କ ପାଣି, ଲୁହାପଥର, କୋଇଲା ଉତ୍ତୋଳନ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି l ବିଜେପି ଦଳ ନିର୍ବାଚନ ପୂର୍ବରୁ 300 ୟୁନିଟ ମାଗଣା ବିଜୁଳି ଦେବାକୁ ଘୋଷଣା କରିଥିଲା l ଅଠର ମାସ ବିତିଗଲା ସତ୍ୱେ ମାଗଣା ଦେଉନାହିଁ l ଅନ୍ୟ ରାଜ୍ୟରେ ଚାଷୀ ମାନଂକୁ ମାଗଣା ବିଜୁଳି ମିଳୁଛି କିନ୍ତୁ ଆମ କୃଷକ ପାଉଛନ୍ତି ଶୂନ l ସେଥିପାଇଁ ଅନ୍ୟ ରାଜ୍ୟ ସମ୍ପନ୍ନ କିନ୍ତୁ ଆମ ସରକାର ରାଜ୍ୟକୁ ସମ୍ପନ୍ନ କରିବାକୁ ଚାହୁଁନାହାନ୍ତି l ଓଲଟା ଟାଟା ପୱlର ଦୁଇମାସର ଅଗ୍ରିମ ଜମାରାଶି ଅସୁଲ କରି ହଜାର ହଜାର କୋଟି ଟଙ୍କା ଆୟ କରିବାକୁ ଚାହୁଁଚି l କଣ କଂଗ୍ରେସ ଏଥିପାଇଁ ଭାରତକୁ ସ୍ୱାଧୀନ କରିଥିଲା କି ? କଂଗ୍ରେସ ନ ଥିଲେ ଦେଶ ସ୍ୱାଧୀନତା ପାଇଥାନ୍ତା କି? ବିଜେଡି ବିଜେପି ସ୍ୱାସ୍ଥ୍ୟ, ଶିକ୍ଷା, ନାରୀ ସମ୍ମାନ ସବୁ ଚୋରି କରୁଛନ୍ତି l ଦେଶର ଅର୍ଥ ବ୍ୟବସ୍ଥା ଧ୍ବଂସ ହୋଇଗଲାଣି l ଆମ ପୂର୍ବ ପ୍ରଧାନମନ୍ତ୍ରୀ ମାନଙ୍କ ଅର୍ଥନୈତିକ ମୂଳଦୁଆ ଯୋଗୁଁ ଓ ଲୋକଙ୍କ ଶ୍ରମ ପାଇଁ ଦେଶର ଅର୍ଥନୀତି ସୁରକ୍ଷିତ ଅଛି l ରାଜ୍ୟର ପୁରପଲ୍ଲୀରେ ଅତିରିକ୍ତ ଜମା ରାଶି ଓ ମାଗଣା ବିଜୁଳି ପାଇଁ ଆନ୍ଦୋଳନ ଆରମ୍ଭ ହେବ l ବିଜୁଳି ଅନ୍ୟାୟ ବିରୁଦ୍ଧରେ କଂଗ୍ରେସ କର୍ମୀଙ୍କୁ ମୁଁ ଆହ୍ୱାନ ଦେଉଛି, ପ୍ରତ୍ୟେକ ଚାହା ଦୋକାନରେ ଦଶ ପନ୍ଦର ଜଣଙ୍କୁ ଏକତ୍ରିତ କରି ସରକାର ଓ ଟାଟା ପାୱାରର ଅନ୍ୟାୟ ବିଷୟରେ ଆଲୋଚନା କରନ୍ତୁ l ମହାତ୍ମା ଗାନ୍ଧୀଙ୍କ ମହା ପ୍ରୟାଣ ଦିନଠାରୁ ପୁଣି ଗାନ୍ଧୀ ପଥେ ଯାତ୍ରା ଆରମ୍ଭ ହେବ l ସମସ୍ତ ବ୍ଲକକୁ ଯାତ୍ରା କରିବି ଓ ଆସନ୍ତା ଜିଲ୍ଲା ପରିଷଦ ନିର୍ବାଚନରେ ସମସ୍ତ ରାଜ୍ୟ କଂଗ୍ରେସମୟ ହେବ l କଂଗ୍ରେସ ଲୋକଙ୍କ ସହଯୋଗରେ ନିର୍ବାଚନ ଲଢ଼ିବ, ଲୋକଙ୍କଠାରୁ ଭିକ୍ଷା ମାଗିକି ଲଢ଼ିବ l ସେମାନେ ପୁଞ୍ଜିପତିଙ୍କ କୋଟି କୋଟି ଟଙ୍କାରେ ନିର୍ବାଚନ ଲଢ଼ୁଛନ୍ତି ଓ ରାଜ୍ୟବାସୀଙ୍କୁ ଲୁଟ କରୁଛନ୍ତି l ଆପଣ କୁହନ୍ତୁ ଟାଟା ପାୱାର ଆପଣଙ୍କ ଟଙ୍କା ଲୁଟ କରୁ ନାହିଁକି ? ଆପଣ ପ୍ରତିବାଦ କରିବା ଉଚିତ ନା ନୁହେଁ l ସୁଭଦ୍ରା ଯୋଜନାରେ ଦିନକୁ 27 ଟଙ୍କା ଦେଉଛନ୍ତି l ଏହା ନାରୀଙ୍କ ପାଇଁ ସାହାଯ୍ୟ ନା ଉପହାସ ? କଂଗ୍ରେସ ବର୍ତ୍ତମାନ ଏକଜୁଟ l ନୂତନ ଆଶା ନୂତନ ଉତ୍ସାହରେ ଜନତାଙ୍କ ପାଇଁ ଘୋର ସଂଗ୍ରାମ କରିବ ବୋଲି ସଭାପତି ଶ୍ରୀ ଦାସ କହିଥିଲେ l ଏହି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗଦେବା ସହ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ର ତଥା କଂଗ୍ରେସ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଭାସ୍କର ସେଠ, ନୀଳମଣି ପ୍ରଧାନ, ରବି ନାରାୟଣ ବେହେରା, ଅମରେନ୍ଦ୍ର ପାଇକିରା ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking