ଗଞ୍ଜାମ: ଚିଲିକା କଟକଣାକୁ ମାନିଲେନି ଡଙ୍ଗା ଚାଳକ । ୩୦ ମିନିଟ ପୂର୍ବରୁ ଡଙ୍ଗାରେ ଲୋକଙ୍କୁ ନେଲେ ଡଙ୍ଗା ଚାଳକ । ୧୧ଟା ପୂର୍ବରୁ ଡଙ୍ଗା ଚଳାଚଳ ନକରିବାକୁ ଥିଲା କଟକଣା । ଘାଟରେ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ଥିଲେ ବି ମାନିଲେନି କଟକଣା । କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ସାତପଡା ଗଲା ଡଙ୍ଗା । ପୂର୍ବରୁ କୁହୁଡି ପାଇଁ ଚିଲିକାରେ ଡଙ୍ଗା ଚଳାଚଳକୁ ନେଇ କରାଯାଇଥିଲା କଟକଣା । ଗତକାଲିର ଅଘଟଣ ପରେ ପୁରୀ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ଦିନ ୧୧ଟା ଯାଏଁ ଚିଲିକାରେ କୌଣସି ପ୍ରକାର ଡଙ୍ଗା ଚାଲିବନି । ପର୍ଯ୍ୟର୍ଟକଙ୍କ ବୋଟ, ଛୋଟ ମଟର , ମାଲବାହୀ ଡଙ୍ଗା ଓ ଭସାପୋଲ ସବୁକିଛିରେ କଟକଣା ଲଗାଇଛନ୍ତି ପୁରୀ ଜିଲ୍ଲାପାଳ । ଗତକାଲି କୁହୁଡି ଯୋଗୁଁ ଏକ ଭସାପୋଲ ମଝିରେ ଫସି ରହିଥିଲା । ଯାତ୍ରୀ ନିଖୋଜ ଥିଲେ । ବହୁ ସମୟ ଖୋଜାଖୋଜି କରିବା ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।










