17.1 C
Bhubaneswar
Wednesday, February 4, 2026
Homeଓଡିଶାଯୁବକଙ୍କୁ ଦଳିଦେଲା ଦନ୍ତା

ଯୁବକଙ୍କୁ ଦଳିଦେଲା ଦନ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଞ୍ଚଳରେ ହାତୀ ଉପଦ୍ରବ ଭୟାବହ ପରିସ୍ଥିତିର ରୂପ ନେଇଛି । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଁରେ ଆତଙ୍କ ଖେଳିଯାଇଛି । ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ଭୁଆଶୁଣୀ ପାଟଣା ଅଞ୍ଚଳରେ ହାତୀମାନେ ଘରେ ଘରେ ପଶି ଭଙ୍ଗାରୁଜା କରୁଛନ୍ତି । ଆଜି ସକାଳୁ ଭୁଆସୁଣିପାଟଣା ଅଞ୍ଚଳର ପ୍ରିୟବ୍ରତ ପରିଡ଼ା ନାମକ ଯୁବକ ଜଣକ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଆହୁରି ବଢ଼ିଯାଇଛି। ଲୋକେ ନିଜ ଜୀବନ ପ୍ରତି ଡର ଅନୁଭବ କରି ରାତିରେ ଘର ବାହାରେ ରହିବାକୁ ଭୟ କରୁଛନ୍ତି। ହାତୀ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗ ପକ୍ଷରୁ ଦିନରେ ମାଇକ୍ ଯୋଗେ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ, ରାତିରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking