31.1 C
Bhubaneswar
Friday, February 6, 2026
Homeଓଡିଶାମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନ କିଣା: ମନ୍ତ୍ରୀ

ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନ କିଣା: ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଟିରେ ଚାଲିବ ଧାନ କିଣା । ଏନେଇ ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୦ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ଧାନ କିଣା ସରିଛି । ୨ ଲକ୍ଷ ୩୦ ହଜାର ଚାଷୀ ଧାନ ବିକିଛନ୍ତି । ୧୮ ଜିଲ୍ଲାରେ ଚାଲିଛି ଧାନ କିଣା, ୧୧ ଲକ୍ଷ ଚାଷୀଙ୍କୁ ଟୋକନ୍ ମିଳିଛି । ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୨୩୫୦ କୋଟି ଟଙ୍କା । ସବୁ ଚାଷୀଙ୍କ ଧାନ କିଣିବୁ । ଏହା ସହ ଅରୁଆ, ଉଷୁନା ବିବାଦକୁ ନେଇ ସେ କହିଛନ୍ତି ଯେ ଓଡିଶାରୁ ୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବ କେନ୍ଦ୍ର । ୫ ଲକ୍ଷ ମୋଟ୍ରିକ ଟନ୍ ଉଷୁନା ଓ ଲକ୍ଷେ ମୋଟ୍ରିକ ଟନ୍ ଅରୁଆ ଉଠାଇବ କେନ୍ଦ୍ର । ରାଜ୍ୟରେ ମୋଟ ୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଅଛି । ବାକି ୧ ଲକ୍ଷ ମେଟ୍ରିକ ଟନ୍ ଚାଉଳ ନିଲାମ କରାଯିବ । ଏଥି ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking