ଭୁବନେଶ୍ୱର: ପାଣ୍ଡିଆନଙ୍କୁ ବଦ୍ରିପାତ୍ରଙ୍କ ଟାର୍ଗେଟ ନେଇ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । କହିଛନ୍ତି, କୌଣସି ଜାଗାରେ ଆମର ଘରେ କଳି ନାହିଁ । କିଛି ବୟାନବାଜି ହେଉନି । ନିର୍ଦ୍ଦିଷ୍ଟ ଲୋକଙ୍କୁ କେହି କିଛି ଦାୟୀ କରିନାହାନ୍ତି । ବଦ୍ରି ଭାଇ କିଛି କହିନାହାନ୍ତି । ଦଳ ହାରିଲା ପରେ ଆଲୋଚନା ହେଉଛି କେବଳ । ନବୀନ ବାବୁଙ୍କୁ ଭେଟିବାରେ କୌଣସି ବାଧାବିଘ୍ନ ନାହିଁ । ବଦ୍ରିବାବୁ ଦଳର ପୁରୁଣା ଲୋକ ସେ ଯେତେବେଳେ ଚାହିଁବେ ଭେଟିପାରିବେ ବଦ୍ରି ବାବୁ କେବେ ଦଳ ବିରୋଧୀ କାମ କରିନାହାନ୍ତି କି ଦଳ ବିରୋଧୀ କଥା କହିନାହାନ୍ତି । ସେପଟେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନ୍ନା କହିଛନ୍ତି । ଶୃଙ୍ଖଳା କମିଟି ସମସ୍ତ ଘଟଣା ଉପରେ ନଜର ରଖିଛି । ଅମାନିଆ କେହି ନାହାନ୍ତି। ମତବାଦ ଭିନ୍ନ ରହିବ । ଦଳର କ୍ଷତି ପହଞ୍ଚାଇବା ଭଳି କେହି ଯଦି ମତବ୍ୟକ୍ତ ଦିଅନ୍ତି ତା ଉପରେ ଶୃଙ୍ଖଳା କମିଟି ବିଚାର କରିବ । ଗତକାଲି ପାଣ୍ଡିଆନଙ୍କ ନାଁ ନେଇ ଟାର୍ଗେଟ କରିଥିଲେ ବଦ୍ରି ପାତ୍ର ।










