22.1 C
Bhubaneswar
Monday, December 29, 2025
Homeଓଡିଶାବାଙ୍ଗିରିପୋଷି ବ୍ଲକରେ ଖୋଲିଲା ଧାନମଣ୍ଡି

ବାଙ୍ଗିରିପୋଷି ବ୍ଲକରେ ଖୋଲିଲା ଧାନମଣ୍ଡି

ମୟୁରଭଞ୍ଜ: ବାଙ୍ଗିରିପୋଷିରେ ଆରମ୍ଭ ହେବ ଧାନ କିଣା। ଯାହାକୁ ନେଇ ଆଜି ଉଦଘାଟିତ ହୋଇଛି ଦୁଇଟି ଧାନମଣ୍ଡି।ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ଉପସ୍ଥିତ ରହି ବିଧିବଦ୍ଧ ଭାବେ ମଣ୍ଡିର ଉଦଘାଟନ କରିଛନ୍ତି। ଫିତାକାଟି ମଣ୍ଡି ଉଦଘାଟନ କରାଯାଇଥିବା ବେଳେ କିପରି ଭାବେ ପୂର୍ବବର୍ଷ ମାନଙ୍କରେ ମଣ୍ଡିକୁ ନେଇ ଉପୁଜିଥିବା ସମସ୍ୟା ଚଳିତ ବର୍ଷ ନ ଉପୁଜିବ ତାହା ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଥିଲେ। ବିଶେଷ କରି ଧାନ କଟନି, ଛଟନି, ମିଲରଙ୍କ ମନମାନି ଏସବୁ ଦିଗ ଉପରେ ନଜର ଦେବା ପାଇଁ ସ୍ପେସିଆଲ ଟାସ୍କଫୋର୍ସ ଗଠନ କରାଯାଇଛି। ଯାହାକି ଚଳିତବର୍ଷ ମଣ୍ଡିରେ ଧାନ କିଣାରେ କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ବିଧାୟିକା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking