ନୂଆଦିଲ୍ଲୀ: ବାପାଙ୍କ ଗାଳି ସହି ନପାରି ଜୀବନ ହାରିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ସୁରଟର ରାମପୁରା ଅଞ୍ଚଳର ହମାଦ ପାର୍କ ହାଉସିଂ ସୋସାଇଟିରେ ଘଟିଛି । ମୃତ ଯୁବକ ହେଉଛନ୍ତି, ମହମ୍ମଦ ଦାନିସ । ବେଳେ ବେଳେ ମହମ୍ମଦ ତାଙ୍କ ବାପାଙ୍କୁ କାମରେ ସାହାଯ୍ୟ କରନ୍ତି । ଦାନିଶଙ୍କର । କିନ୍ତୁ କିଛି ଦିନ ପରେ ତାଙ୍କ ବାପା ମହମ୍ମଦଙ୍କୁ କାମରେ ମନ ଦେବାକୁ କହିଲେ । ତାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଝଗଡା ପରେ ଦାନିଶ ରାଗି ଯାଇ ନିୟନ୍ତ୍ରଣ ହରାଇ ତାଙ୍କ ଚତୁର୍ଥ ମହଲାରୁ ଡେଇଁ ପଡିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସାଙ୍ଗେ ସାଙ୍ଗେ ମେଡିକାଲକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣ । ଏହି ଘଟଣା ପପରିବାର ଏବଂ ପଡୋଶୀମାନଙ୍କୁ ମର୍ମାହତ କରିଛି ।










