26.1 C
Bhubaneswar
Monday, December 29, 2025
Homeଓଡିଶାବସ୍ - ଟ୍ରାକ୍ଟର ଧକ୍କା: ୩ ଗୁରୁତର

ବସ୍ – ଟ୍ରାକ୍ଟର ଧକ୍କା: ୩ ଗୁରୁତର

ସମ୍ବଲପୁର: ସମ୍ବଲପୁରରେ ଭୟଙ୍କର ସଡକ ଦୁର୍ଘଟଣା। ଆଜି ସକାଳେ ସମ୍ବଲପୁର ଜିଲ୍ଲାରେ ବସ୍ ସହ ଟ୍ରାକ୍ଟରକୁ ଧକ୍କା ହୋଇଛିଏହି ଦୁର୍ଘଟଣାରେ ଅତି କମରେ ୩ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ରେଙ୍ଗାଲି ଥାନା ସୀମା ଅନ୍ତର୍ଗତ ରାମପେଲା ଜିଓ ପେଟ୍ରୋଲ ପମ୍ପ ସମ୍ମୁଖରେ ଘଟିଛି। ରିପୋର୍ଟ ଅନୁସାରେ, ଏକ ଯାତ୍ରୀବାହୀ ବସ୍ ପଛରୁ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା, ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଝାରସୁଗୁଡାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଧକ୍କା ଯୋଗୁଁ ଟ୍ରାକ୍ଟର ଡ୍ରାଇଭର ଛିଟିକି ରାସ୍ତାରେ ପଡ଼ିଯାଇଥିଲେ। ଡ୍ରାଇଭର ଏବଂ ଦୁଇ ବସ୍ ଯାତ୍ରୀ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking