ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କୁ ରାଧାକୃଷ୍ଣ ଏବଂ ଆହତଙ୍କୁ ଅନିଲ ବୋଲି ଚିହ୍ନଟ କରାଯାଇଛି, ଭଭୟ ସମ୍ପର୍କରେ ଦୁଇ ଭାଇ ହେବେ। ରବିବାର ବିଲମ୍ବିତ ରାତିରେ ପଞ୍ଚାୟତ ନିର୍ବାଚନ ବିବାଦକୁ ନେଇ ନାଗଲା ନେତା ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭା ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା, ପରେ ଶାରୀରିକ ସଂଘର୍ଷ ହୋଇଥିଲା। ଏହା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳିଚାଳନା ସମୟରେ ଦୁଇ ଭାଇଙ୍କୁ ଗୁଳି ବାଜିଥିଲା। ଉଭୟଙ୍କୁ ଗୁରୁତର ଆବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ମୁଣ୍ଡରେ ଗୁଳି ବାଜି ଗୁରୁତର ଆହତ ହୋଇଥିବା ରାଧାକୃଷ୍ଣର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ପୋଲିସ ତଦନ୍ତରୁ ଜଣାପଡିଛି ଯେ ମାମଲାଟି ନିର୍ବାଚନୀ ପ୍ରତିଦ୍ୱନ୍ଦିତା ସହିତ ଜଡିତ। ଗାଁରେ ଉଦୟବୀର ଏବଂ ନରେଶଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା। ରବିବାର ବିଳମ୍ବିତ ରାତିରେ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା, ତା’ପରେ ଗୁଳିଚାଳନା ହୋଇଥିଲା, ଯାହା ଫଳରେ ରାଧାକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ଭାଇ ଅନିଲ ଆହତ ହୋଇଥିଲେ। ଏହି ଗୁଳିକାଣ୍ଡ ଘଟଣାରେ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି।










