ନୂଆଦିଲ୍ଲୀ: ମେକ୍ସିକୋରେ ଟ୍ରେନ ଲାଇନଚ୍ୟୁତ। ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।ଟ୍ରେନରେ ୨୪୧ ଜଣ ଯାତ୍ରୀ ଏବଂ ନଅ ଜଣ କ୍ରୁ ସଦସ୍ୟ ଥିଲେ । ନିଜାଣ୍ଡା ସହର ନିକଟ ଦେଇ ଯାଉଥିବା ସମୟରେ ଇଣ୍ଟରଓସେନିକ ଟ୍ରେନ ରବିବାର ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣା ପରେ ପ୍ରଶାନ୍ତ ମହାସାଗରକୁ ମେକ୍ସିକୋ ଉପସାଗର ସହିତ ସଂଯୋଗ କରୁଥିବା ରେଳ ଲାଇନର ଯାତାୟତ ବନ୍ଦ କରି ଦିଆଯାଇଛି । ସୂଚନା ପାଇଁ ଘଟଣାସ୍ଥଳରେ ଉଦ୍ଧୀର କାର୍ଯ୍ୟ ବାହିନୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏକ୍ସରେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ କହିଛନ୍ତି, ଘଟଣାସ୍ଥଳକୁ ଉଚ୍ଚ ଅଧିକାରୀଙ୍କୁ ପରିଦର୍ଶନ କରିବା ପାଇଁ କୁହାଯାଇଛି । ପ୍ରଭାବିତ ପରିବାରକୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।










