ନୂଆଦିଲ୍ଲୀ: ଟାଟା ଏର୍ଣ୍ଣାକୁଲମ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ୟାଲାମାଞ୍ଚିଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଟ୍ରେନରେ ନିଆଁ ଲାଗି ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଅନେକ ଯାତ୍ରୀ ମଧ୍ୟ ବଞ୍ଚି ଯାଇଛନ୍ତି । ନିଆଁର ପ୍ରକୋପରେ ବି୧ଏବଂ ଏମ୨ ଦୁଇଟି କୋଚ ସମ୍ପୁର୍ଣ୍ଣ ପୋଡି ଯାଇଛି । ଅଗ୍ନିକାଣ୍ଡର ସମ୍ପର୍କରେ ଜାଣିବା ପରେ ଲୋକୋ ପାଇଲଟ ତୁରନ୍ତ ଟ୍ରେନକୁ ଅଟକାଇ ଦେଇଥିଲେ । ରେଳ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଦୁଇଟି ବଗିକୁ ଟ୍ରେନରୁ ଅଲଗା କରାଯାଇଛି । ଅଗ୍ନିକାଣ୍ଡର କାରଣ କଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି ।










