23.1 C
Bhubaneswar
Monday, December 29, 2025
Homeଓଡିଶାଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଫେଇ କାର୍ଯ୍ୟକ୍ରମ

ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱର, ୟୁନିଟି-୨, ପଟେଲ ବସ୍ତିଠାରେ ଭାରତୀୟ ଜାତୀୟ କଂଗ୍ରେସର 140 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ ଅଭିଯାନର ପ୍ରକୃତ ନାୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ଏବଂ ପଟେଲ ନଗର ଯୁବ ଗୋଷ୍ଠୀ ଶ୍ରମଦାନ କରିଥିଲେ l ସଫେଇ କାର୍ଯ୍ୟକ୍ରମର ସମାପନ ପରେ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା ଓ ପଟେଲ ନଗର ବାସିନ୍ଦାଙ୍କୁ ସମ୍ବୋଧିତ କରି ଶ୍ରୀ ଜେନା କହିଥିଲେ, ଜନସାଧାରଣଙ୍କ ଯେ କୌଣସି ସମସ୍ୟା ପାଇଁ କଂଗ୍ରେସ ଲଢ଼ିବାକୁ ପ୍ରସ୍ତୁତ l କାରଣ କଂଗ୍ରେସ ହେଊଛି ଗଣତନ୍ତ୍ର, ସମ୍ବିଧାନ ପାଳନ କରୁଥିବା ଓ ଗରିବ, ଶ୍ରମିକ, କୃଷକ ଏବଂ ଅସହାୟଙ୍କ ପାଇଁ ଛିଡା ହେଉଥିବା ଦଳ l ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର ଓ ଅର୍ଥନୈତିକ ପ୍ରଗତିର ସହର ରୂପେ ଗଢିବାକୁ କଂଗ୍ରେସ ବଦ୍ଧ ପରିକର l ଜିଲ୍ଲା କଂଗ୍ରେସର ସଫେଇ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ମିହିର ଆଚାର୍ଯ୍ୟ, ରାଜୁ ବାରିକ, ମନୋରଞ୍ଜନ ରାଉତ, ଧନେଶ୍ୱର ନାୟକ, ପ୍ରସନ୍ନ ଚମ୍ପତି, ବିନୁପାଣି, ବେଣୁ ଭୋଇ, ସୂର୍ଯ୍ୟକାନ୍ତ ଜେନା, ପ୍ରଭାତ ପ୍ରତାପ ସିଂ, ଜୟନ୍ତ ଭୋଇ, ଲୁଲ୍ଲୁ ଅହମ୍ମଦ ପ୍ରମୁଖ ଭାଗ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking