21.1 C
Bhubaneswar
Sunday, December 28, 2025
Homeଓଡିଶା୩ଟି ପର୍ଯ୍ୟାୟରେ ହେବ ରତ୍ନଭଣ୍ଡାର ଗଣତିମଣତି

୩ଟି ପର୍ଯ୍ୟାୟରେ ହେବ ରତ୍ନଭଣ୍ଡାର ଗଣତିମଣତି

୨୦୨୬ ବର୍ଷ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ତିନିଟି ପର୍ଯ୍ୟାୟରେ ଗଣତିମଣତି ହେବ। ଉଚ୍ଚ ସ୍ତରୀୟ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ପ୍ରଥମେ ଚଳନ୍ତି ଭଣ୍ଡାରର ଗଣତିମଣତି କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରର ଗଣତିମଣତି ହେବ । ଶେଷ ତଥା ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ଗଣତିମଣତି ହେବ । ଭିତର ରତ୍ନଭଣ୍ଡାର ଗଣତିମଣତି ସମୟରେ ପରିଚାଳନା କମିଟିର ସେବକ ପ୍ରତିନିଧି ରହିବେ । ରାଜ୍ୟ ସରକାରଙ୍କ ପକ୍ଷରୁ RBIର ଜଣେ ଅଧିକାରୀ ଉପସ୍ଥିତ ରହିବେ । SBI ଅଧୀକୃତ ବଣିଆଙ୍କୁ ମଧ୍ୟ ରଖିବା ପାଇଁ ଆମେ ପ୍ରସ୍ତାବ ଦେଇଛୁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ଗଣତିମଣତି ସମୟରେ ଜଣେ ବଣିଆ ସେବକ ରହିବେ । ୧୯୭୮ ମସିହା ଗଣତିମଣତି ତାଲିକା ରିପୋର୍ଟ ସହ ମେଳକ କରାଯିବ । ଭିତର ରତ୍ନଭଣ୍ଡାରର ଗଣତିମଣତି ଶେଷ ପରେ ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ । ସମସ୍ତ ଗଣତିମଣତି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଗଣତିମଣତି ସମୟରେ ଅଧିକୃତ ବ୍ୟକ୍ତିମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବ । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ । ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଖୁବଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଗଣତି ମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବ ନାହିଁ । ବାହାର କାଠରୁ ଭକ୍ତ ଦର୍ଶନ କରିବେ । ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking