24.1 C
Bhubaneswar
Saturday, December 27, 2025
Homeଓଡିଶାଟ୍ରକ- ହାଇୱା ଧକ୍କା: ୨ ଡ୍ରାଇଭର ମୃତ

ଟ୍ରକ- ହାଇୱା ଧକ୍କା: ୨ ଡ୍ରାଇଭର ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୋଇଡା ଜାତୀୟ ରାଜପଥ ୫୨୦ର କେ ବଲାଙ୍ଗ ଥାନା ଅନ୍ତର୍ଗତ ଚୂନାଘାଟିରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି । ମଧ୍ୟରାତ୍ରିରେ କୁନ୍ଦୁରୁପାଣି ଛକ ନିକଟରେ ଲୁହା ପଥର ବୋଝେଇ ହାଇୱା ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଟ୍ରକରେ ନିଆଁ ଲାଗିଯାଇଥିଲା । କେ ବଲାଙ୍ଗ ପୁଲିସ ଖବର ପାଇ ଉଦ୍ଧାର ପାଇଁ କୋଇଡା ଅଗ୍ନିଶମ ବାହିନୀର ସହାୟତା ଲୋଡିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ନିଆଁକୁ ଆୟତ୍ତ କରିବା ସହ ଦୁଇ ଚାଳକଙ୍କ ମୃତଦେହକୁ କଟର ଜରିଆରେ କାଟି ଉଦ୍ଧାର କରିଥିଲେ । ଅନ୍ୟପଟେ ଦୁର୍ଘଟଣା ଯୋଗୁଁ ଗାଡିଗୁଡିକର ଲମ୍ବା ଲାଇନ ଲାଗିଥିଲା । ପୁଲିସ ଘଟଣାର ସବିଶେଷ ତଦନ୍ତ ଜାରି ରଖି ଦୁଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking