20.1 C
Bhubaneswar
Friday, December 26, 2025
Homeଓଡିଶାଚିତ୍ରଡାରେ ଆଧୁନିକ ମୋଡେଲ ଧାନ ମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ

ଚିତ୍ରଡାରେ ଆଧୁନିକ ମୋଡେଲ ଧାନ ମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଚିତ୍ରଡା ଠାରେ ଆଜି ଏକ ଆଧୁନିକ ମୋଡେଲ ଧାନ ମଣ୍ଡିର ଉଦଘାଟନ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାୟ ଫିତା କାଟି ମଣ୍ଡିର ଶୁଭାରମ୍ଭ କରିଥିଲେ। ଏହି ମଣ୍ଡି ଆରମ୍ଭ ହେବାରୁ ଚିତ୍ରଡା ସହ ଆଖପାଖ ଅନେକ ଅଞ୍ଚଳର ଶତାଧିକ ଚାଷୀ ଲାଭାନ୍ବିତ ହେବେ। ଉଦଘାଟନ ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଚାଷୀଙ୍କୁ ସ୍ୱଚ୍ଛ, ପାରଦର୍ଶୀ ଓ ସୁବିଧାଜନକ ପରିବେଶରେ ଧାନ ବିକ୍ରୟର ସୁଯୋଗ ଦେବା ରାଜ୍ୟ ସରକାରଙ୍କ ମୁଖ୍ୟ ପ୍ରାଥମିକତା । ମୋଡେଲ ଧାନ ମଣ୍ଡି ବ୍ୟବସ୍ଥା ମାଧ୍ୟମରେ ଧାନ ମାପ, ଓଜନ ଓ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ପାରଦର୍ଶିତା ଆସିବ ବୋଲି ସେ କହିଥିଲେ। ଏହି ମଣ୍ଡିରେ ଡିଜିଟାଲ ଓଜନ ଯନ୍ତ୍ର, ସୁସଂଗଠିତ ଛାୟା ଘର, ପାନୀୟ ଜଳ, ଶୌଚାଳୟ, ଚାଷୀଙ୍କ ପାଇଁ ବସିବା ବ୍ୟବସ୍ଥା ସହ ଯାନବାହନ ପାର୍କିଂ ଭଳି ଆଧୁନିକ ସୁବିଧା ଉପଲବ୍ଧ ରହିଛି।ଏହା ଦ୍ୱାରା ଚାଷୀମାନେ ଦଲାଲ ହାତରେ ନପଡ଼ି ସରକାରୀ ମୂଲ୍ୟରେ ଧାନ ବିକ୍ରୟ କରି ପାରିବେ। ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, ମାର୍କେଟ କମିଟି ସଦସ୍ୟ ଓ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ। ଚାଷୀମାନେ ମୋଡେଲ ମଣ୍ଡି ଆରମ୍ଭକୁ ସ୍ୱାଗତ କରିଥିଲେ। ତେବେ ଚିତ୍ରଡାରେ ମୋଡେଲ ଧାନ ମଣ୍ଡିର ଉଦଘାଟନ ମୟୂରଭଞ୍ଜ ଜିଲ୍ଲାର କୃଷି ଭିତ୍ତିକ ଅର୍ଥନୀତିକୁ ଶକ୍ତିଶାଳୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଗଣନା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking