22.1 C
Bhubaneswar
Friday, December 26, 2025
Homeଓଡିଶାପୁଣି ଚାନ୍ଦବାଲିରେ ଲଜ୍ଜା: ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ପୁଣି ଚାନ୍ଦବାଲିରେ ଲଜ୍ଜା: ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ହତ୍ୟା ଘଟଣା ମନରୁ ନ ଲିଭୁଣୁ ଆଉ ଏକ ଘଟଣା ଭଦ୍‌କର ଜିଲ୍ଲା ଧାମରା ଥାନା ଅଞ୍ଚଳରୁ ଆସିଛି । ଉକ୍ତ ଅଞ୍ଚଳର ଜଣେ ଯୁବତୀଙ୍କୁ ପଡୋଶୀ ଘରର ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ କିଛିଦିନ ତଳେ ପଡୋଶୀ ଘରର ଯୁବକ ସଂପୃକ୍ତ ଯୁବତୀଙ୍କ ଘରକୁ ଯାଇଥିଲେ । ଘରେ କେହି ନଥିବା ସୁଯୋଗରେ ଯୁବକ ଜଣଙ୍କ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଲୋକଲଜ୍ଜା ତଥା ମାନସିକ ସନ୍ତୁଳନ ହରାଇ ଯୁବତୀ ଜଣଙ୍କ ବିଷ ପିଇ ଦେଇଥିଲେ । ତାଙ୍କୁ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିତ କରାଯାଇଥିଲା । ଗତକାଲି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୀଡିତା ମାଆଙ୍କ ଏତଲାକ୍ରମେ ଧାମରା ଥାନାରେ କେସ ନମ୍ବର ମାମଲା ରୁଜୁ କରି ପୁଲିସ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି । ଆଜି କୋର୍ଟ ଚାଲାଣ କରାଯିବ ବୋଲି ଧାମରା ଥାନା ଅଧିକାରୀ ଶୁଭମ ସ୍ୱାଇଁ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking