ଯାଜପୁର: ବ୍ୟାସନଗର କଲେଜ ଠାରେ ଚାଲୁଥିବା ଆନ୍ତଃ କଲେଜ କ୍ରିକେଟ ଟୁର୍ନାମେଣ୍ଟ ର ଜୋନ 2 ଫାଇନାଲ ମ୍ୟାଚ ମା ତାରିଣୀ କଲେଜ. ପାଣିକୋଇଲି ଓ ସାଲେପୁର କଲେଜ ମାଧ୍ୟ୍ୟରେ ହୋଇଥିଲା। ଟସ ରେ ବିଜୟୀ ହୋଇ ସାଲେପୁର ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲେ। ନିର୍ଧାରିତ 20 ଓଭର ରେ ମା ତାରିଣୀ କଲେଜ 4 ଉଇକେଟ ହରାଇ 168 ର ନ କରିଥିଲେ। ଦଳ ତରଫରୁ ଅମନ ସିଂ 38 ବଲ ରୁ 70 ରନ କରିଥିଲେ। ଏହାର ଜବାବ ରେ ସାଲେପୁର କଲେଜ 15.2 ଓଭର ରେ ସମସ୍ତ ଉଇକେଟ ହରାଇ 75 ରନ କରିଥିଲେ. 94 ରନ ରେ ମା ତାରିଣୀ କଲେଜ ବିଜୟୀ ହୋଇଥିଲେ। ଉଦଯାପନୀ ଉତ୍ସବ ଆଥଲେଟିକ କ୍ଲବ ର ଉପସଭାପତି ଡ଼. ଜୀବନ ବନ୍ଧୁ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା. ମୁଖ୍ୟ ଅତିଥି ଭାବେ କଲେଜ ର ଅଦ୍ଧକ୍ଷ ଶରତ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ. ମା ତାରିଣୀ କଲେଜ ର ଅମନ ସିଂ ଙ୍କୁ ତେଜ଼ ହୋଣ୍ଡା ତରଫରୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା. ଖେଳକୁ ପବିତ୍ର ମଲ୍ଲିକ. ଶୁଭମ ବିଶ୍ୱାଳ. ଅନିକେତ ଧୀର. କଳ୍ପତରୁ ପରିଡା ଓ ନିରଞ୍ଜନ ପୃଷ୍ଟି ପରିଚାଳନା କରିଥିଲେ।










