26.1 C
Bhubaneswar
Thursday, December 25, 2025
Homeଓଡିଶାନୂଆ ଲୋକ ଆସିଲେ ବିଜେଡି ଭାଗ ହୋଇଯିବ: ଭୂପିନ୍ଦର

ନୂଆ ଲୋକ ଆସିଲେ ବିଜେଡି ଭାଗ ହୋଇଯିବ: ଭୂପିନ୍ଦର

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ, ସୁଜତାଙ୍କ ଏଣ୍ଟ୍ରି ଚର୍ଚ୍ଚା ଭିତରେ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ ବୟାନ । ଭୂପିନ୍ଦର କହିଛନ୍ତି ଯେ ନୂଆବର୍ଷରେ କାହାକୁ ସଭାପତି ଦାୟିତ୍ୱ ଦିଆଯିବ ନାହିଁ । ଦଳର ସଭାପତି ସ୍ପଷ୍ଟ କରି ସାରିଛନ୍ତି ସେ ହିଁ ଦାୟିତ୍ୱରେ ରହିବେ । ଦଳର ସଭାପତି ସୁସ୍ଥ ଓ ସବଳ ଅଛନ୍ତି । କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡି ଭାଗ ହେଇଯିବ । ଭବିଷ୍ୟତରେ ନବୀନଙ୍କୁ ଛାଡି ବିଜୋଡି ରହିପାରିବ ନାହିଁ । ଯାହାଙ୍କୁ ଆଣିବାକୁ ପ୍ରୟାସ ହେଉଛି ତାଙ୍କ ପାଇଁ ଦଳର ବଡ କ୍ଷତି ହୋଇଛି । ଦଳକୁ ସମସ୍ତେ ଆସିପାରିବେ, ଯିଏ ଆସିବ ସେ ପ୍ରଥମେ କାମ କରିବେ । ୩ ରୁ ୪ ଜଣଙ୍କୁ ନେଇ ଦଳ ପରିଚାଳନା ବନ୍ଦ ହେଉ । ଗୋଟିଏ ଟିମ୍ ଭାବେ କାମ କରୁ ଦଳ । ୨୦୨୫ ବିଜେଡି ପାଇଁ ଭଲ ନଥିଲା । ନୂଆପଡା ନିର୍ବାଚନ ପରାଜୟକୁ ନେଇ ଆଲୋଚନା ହେବା ଉଚିତ । ପାଣ୍ଡିଆନଙ୍କ ନାଁ ନନେଇ କହିଲେ ସେ ଡାଉନ୍ ନୁହେଁ କି ନଟ୍ ଆଉଟ୍ ନୁହେଁ । ସଭାପତି ନିର୍ଦ୍ଦେଷରେ ବୁଲିଲେ, ପରାଜୟ ସ୍ୱୀକାର କରି ସନ୍ନ୍ୟାସ ନେଲେ । ୨୦୨୪ ନିର୍ବାଚନ ପରାଜୟର କାରଣ କହିଲେ ଭୂପିନ୍ଦର । ପୋଷ୍ଟରରେ ବିଜୁ ବାବୁଙ୍କ ଫଟୋ ରହିଲାନି, ସମ୍ପୂର୍ଣ୍ଣ ଆଉଟ୍ କରିଦେଲେ । ଯଦି ଦଳକୁ ସଙ୍ଗଠିତ କରିବାକୁ ଚାହିଁବେ ନବୀନ ବାବୁ ବରିଷ୍ଠଙ୍କୁ ଡାକି ଆଲୋଚନା କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking