23.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶଟ୍ରେନ୍ ଦୁର୍ଘଟଣାରେ ୫ ମୃତ

ଟ୍ରେନ୍ ଦୁର୍ଘଟଣାରେ ୫ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଶାହଜାହାନପୁରରେ ବଡ ଟ୍ରେନ୍ ଦୁର୍ଘଟଣା । ରୋଜା ଥାନା ଅଞ୍ଚଳରେ ଘଟିଥିବା ଏହି ଟ୍ରେନ୍ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନା ଅନୁସାରେ, ଦୁଇ ଜଣ ପୁରୁଷ, ଜଣେ ମହିଳା ଏବଂ ଦୁଇ ପିଲା ଗୋଟିଏ ବାଇକ୍‌ରେ ରେଳ ଟ୍ରାକ୍ ପାର ହେବା ସମୟରେ ଦ୍ରୁତଗାମୀ ମାଲବାହୀ ଟ୍ରେନ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରେଳବାଇ ପୋଲିସ ଏବଂ ସିଭିଲ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ୫ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି । ପ୍ରାଥମିକ ତଦନ୍ତରୁ ରେଳ ଟ୍ରାକ୍ ପାର ହେବା ସମୟରେ ଅବହେଳା ଯୋଗୁଁ ଦୁର୍ଘଟଣା ହୋଇଥିବା ସ୍ପଷ୍ଟ ହୋଇଛି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking