22.1 C
Bhubaneswar
Wednesday, December 24, 2025
Homeଓଡିଶାଚାନ୍ଦବାଲି ଲଜ୍ଜା: ୧୦ ଲକ୍ଷର ଅନୁକମ୍ପା ଘୋଷଣା

ଚାନ୍ଦବାଲି ଲଜ୍ଜା: ୧୦ ଲକ୍ଷର ଅନୁକମ୍ପା ଘୋଷଣା

ଭୁବନେଶ୍ୱର: ଚାନ୍ଦବାଲି ଲଜ୍ଜା ଘଟଣାରେ ୧୦ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୀଡିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଦିଆଯିବ ଅନୁକମ୍ପା ରାଶି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ କରି ଦୋଷୀକୁ କଠୋରରୁ ଅତି କଠୋର ଦଣ୍ଡବିଧାନ ହେବ କହିଲେ ମୁଖ୍ୟମନ୍ତ୍ରୀ । ସୂଚନାଥାଉକି, ଗତକାଲି ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଇଥିବା ବେଳେ ଅପରାହ୍ମ ୨ଟା ସମୟରେ ଆଉ ଘରକୁ ପେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ଏକ ନିଛାଟିଆ ଜାଗାରେ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ତାଙ୍କ ଝିଅକୁ କେହି ଜଣେ ଦୁଷ୍କର୍ମ କରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଧରିଛି । ଏପଟେ ଝିଅକୁ ନ୍ୟାୟ ଦାବିରେ ଭଦ୍ରକର ୩ଟି ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking