ନୂଆଦିଲ୍ଲୀ: ଇତିହାସ ରଚିଲା ଇସ୍ରୋ, ଲଞ୍ଚ୍ ହେଲା ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍। ଶ୍ରୀହରିକୋଟାରୁ ସକାଳ ୮ଟା ୫୫ରେ ମହାକାଶକୁ ଗଲା ବ୍ଲୁ ବାର୍ଡ ବ୍ଲକ ୨ ସାଟେଲାଇଟ୍। ବାହୁବଳୀ ରକେଟ୍ ଏଲଭିଏମ୩ ଜିରଆରେ ସଫଳ ଉତକ୍ଷେପଣ କରାଯାଇଛି। ୬.୧ ଟନ୍ ଆଜନର ସାଟୋଲାଇଟ୍ ବ୍ଲୁ ବାର୍ଡ ବ୍ଲକ – ୨। ମୋବାଇଲ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ହୋଇଛି ସ୍ଥାପନ। ମୋବାଇଲ୍ ମେଟୱାର୍କ ପାଇଁ ଦରକାର ପଡିବନି ଟାୱାର। ଏହି ମିଶନ ୬,୧୦୦ କିଲୋଗ୍ରାମର ଆମେରିକୀୟ ଯୋଗାଯୋଗ ଉପଗ୍ରହ, ବ୍ଲୁ ବାର୍ଡ ବ୍ଲକ – ୨କୁ ନିମ୍ନ ପୃଥିବୀ କକ୍ଷପଥରେ ସଫଳତାର ସହ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅନୁଯାୟୀ, ଏହା ଏଲଭିଏମ୩ ଦ୍ୱାରା ସଫଳତାର ସହ ପ୍ରକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଉପଗ୍ରହ। ପୂର୍ବରୁ ସିଏମ୍ଏସ୍-୦୩ ଏହି ରେକର୍ଡ କରିଥିଲା। ବ୍ଲୁ ବାର୍ଡ ବ୍ଲକ – ୨ ସାଟେଲାଇଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହା ମୋବାଇଲ୍ ଟାୱାର କିମ୍ବା ଅତିରିକ୍ତ ଆଣ୍ଟେନାର ଆବଶ୍ୟକତା ବିନା ସିଧାସଳଖ ସ୍ମାର୍ଟଫୋନକୁ ୪ଜି ଏବଂ ୫ଜି ନେଟୱାର୍କ ପ୍ରଦାନ କରିବ। ଏହି ପ୍ରଯୁକ୍ତିବିଦ୍ୟା ହିମାଳୟ, ମରୁଭୂମି, ମହାସାଗର ଏବଂ ବିମାନ ଭଳି ସ୍ଥାନରେ ମଧ୍ୟ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବାରେ ସକ୍ଷମ। ଏହି ମିଶନ୍ ଆମେରିକୀୟ କମ୍ପାନୀ ଏଏସଟି ସ୍ପେସ୍ ମୋବାଇଲ୍ ସହିତ ଏକ ବାଣିଜ୍ୟିକ ଚୁକ୍ତିନାମାର ଏକ ଅଂଶ।










