କେନ୍ଦୁଝର: ହାତୀ ଉପଦ୍ରବରେ ନିଆଁ ଜାଳି ରାତି ଉଜାଗର ହୋଇ କ୍ଷେତ ଜଗିଛି ଚାଷୀ । କେନ୍ଦୁଝର ଚମ୍ପୁଆ ରେଞ୍ଜରେ ୫୨ ଟିକିଆ ହାତୀ । ପୂର୍ବରୁ ୩୩ ହାତୀ ଥିବା ବେଳେ ଗତକାଲି ମୟୁରଭଞ୍ଜରୁ ପୁଣି ଲେଉଟିଛନ୍ତି ୧୯ ଚାଷୀ । ରେଞ୍ଜର ଚମ୍ପୁଆ ସେକ୍ସନର ମୁକୁନ୍ଦପୁର ଠାରେ ୧୩ ଟିକିଆ ହାତୀପଲ ଦୀର୍ଘ ଦୁଇମାସରୁ ଅଧିକ ହେବ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଏହି ହାତୀପଲକୁ ତିନୋଟି ହାତୀ ଗୋଠଛଡା ହେଇ ଗତ ରାତିରେ ଗାଁ ଭିତରକୁ ପଶି ଆସିଥିଲେ । ଏପଟେ ହାତୀ ଦାଉରୁ ଫସଲ ରକ୍ଷା କରିବାକୁ ଶୀତ କାକରରେ ନିଆଁ ଜାଲି ରାତିସାରା ଉଜାଗର ହୋଇ କ୍ଷେତ ଜଗିବାକୁ ପଡୁଛି । ହାତୀ ଆକ୍ରମଣରେ ଜଣେ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହୀରପୁରରେ ଘଟିଛି ଅଘଟଣ । ବନ ବିଭାଗ ହାତୀ ପଲ ଉପରେ ନଜର ରଖିଥିବା କହୁଥିବା ବେଳେ ହାତୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।










