ସୁନ୍ଦରଗଡ: ସୁନ୍ଦରଗଡ ଓଏସସିଏସସି ଲିମିଟେଡ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି । ଗତକାଲି ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର ସଂପତ୍ତି । ବାବୁଙ୍କର ବାଲେଶ୍ୱରରେ ଗୋଟିଏ ବଡ ଅଟ୍ଟାଳିକା, ମାର୍କେଟ କମ୍ପେ୍ଲକ୍ସ ଓ ଜିମ ଠାବ ହୋଇଛି । କଲ୍ୟାଣ ମଣ୍ଡପ ସହ ବାଲେଶ୍ୱର ସହର ଆଖପାଖରେ ଅଛି ୪ ଦାମୀ ପ୍ଲଟ । ୧୭୫ ଗ୍ରାମ ସୁନା ଜବତ ଓ ୪୩ ଲକ୍ଷ ୮୧ ହଜାର ଟଙ୍କାର ଜମା ରାଳି ଠାବ ହୋଇଛି । ୧୯୯୫ରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ ଚାକିରିରେ ଯୋଗ ଦେଇଥିଲେ ରବୀନ୍ଦ୍ର । ଭଦ୍ରକ ସିଭିଲ ସପ୍ଲାଏଜ ଅଫିସରେ ମାସିକ ବେତନ ପାଉଥିଲେ ୫୪୦୦ ଟଙ୍କା । ଗତକାଲି ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୩ ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବାଲେଶ୍ୱର ଏବଂ ସୁନ୍ଦରଗଡ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଥିଲା ।










