ବଣାଇ: ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ଓ ଯୁବତୀ ମୃତ । ଚାନ୍ଦିପୋଷ ଥାନା ବୀରତୋଳା ମନ୍ଦିର ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଓ ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ଉଭୟ ରାଉରକେଲାର ବୋଲି ଜଣାପଡିଛି । କିପରି ବୁଡିଲେ କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିଚୟ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଉଭୟ ବୁଡି ମୃତ୍ୟୁବରଣ କରିଥିଲେ ସେନେଇ ତଦନ୍ତ କରୁଛି ପୋଲିସ ।










