32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଯୁବତୀଙ୍କୁ ଗଳା କାଟି ହତ୍ୟା

ଯୁବତୀଙ୍କୁ ଗଳା କାଟି ହତ୍ୟା

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଅଭାବନୀୟ ଘଟଣା । ଯୁବତୀଙ୍କୁ ଗଳା କାଟି ହତ୍ୟା । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲୀର ଗଙ୍ଗାପୁର ତାଲୁକାର ମୁର୍ମିରେ ଜଣେ ଅଜ୍ଞାତ ବ୍ୟକ୍ତି ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ମୃତ ଯୁବତୀଙ୍କ ନାମ ବୈଷ୍ଣବୀ ସନ୍ତୋଷ ନୀଲ ବୋଲି ଚିହ୍ନଟ କରାଯାଇଛି । ସେ ବୈଷ୍ଣବୀ ୱାଲୁଜର ସାଇନାଥ କଲେଜରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲେ। ରିପୋର୍ଟ ଅନୁସାରେ, ସେ ଶୁକ୍ରବାର ଦିନ ୧୨:୦୦ ଟାରେ ଘରକୁ ଫେରିଥିଲେ। ବୈଷ୍ଣବୀଙ୍କ ବାପା ସନ୍ତୋଷ ଯାଦବରାଓ ନୀଲ ଦହେଗାଓଁ-ବିଡକିନ୍ ରୋଡରେ ଥିବା ତାଙ୍କ ଦୋକାନକୁ ଯାଇଥିଲେ ଏବଂ ତାଙ୍କ ମାଆ ମଥୁରା କ୍ଷେତକୁ କାମ କରିବାକୁ ଯାଇଥିଲେ।

ବୈଷ୍ଣବୀଙ୍କ ଭାଇ ପ୍ରୀତେଶ ସକାଳେ ସ୍କୁଲ ଯାଇଥିଲେ। ଏହି ସମୟରେ, କଲେଜରୁ ଫେରିଥିବା ବୈଷ୍ଣବୀ ଘରେ ଏକା ଥିଲେ।ଅପରାହ୍ନରେ ସନ୍ତୋଷ ନୀଲ ତାଙ୍କ ସ୍ତ୍ରୀ ମଥୁରାଙ୍କୁ ଫୋନ୍ କରି ଜଣାଇଥିଲେ ଯେ ବୈଷ୍ଣବୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି। ମଥୁରା ଏବଂ ଅନ୍ୟ ସମ୍ପର୍କୀୟମାନେ ଘରେ ପହଞ୍ଚିଥିଲେ। ଘଟଣା ବିଷୟରେ ସୂଚନା ପାଇବା ପରେ, ୱାଲୁଜ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୈଷ୍ଣବୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଥିଲା। ବୈଷ୍ଣବୀଙ୍କ ମାଆଙ୍କ ଅଭିଯୋଗ ଆଧାରରେ, ଜଣେ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ତେବେ କିଏ ଏବଂ କାହିଁକି ଯୁବତୀଙ୍କ ହତ୍ୟା କରିଛି ସେନେଇ ତଦନ୍ତ କରୁଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking