30.1 C
Bhubaneswar
Thursday, February 5, 2026
Homeଓଡିଶାରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚାନ୍ଦୋଳ: ଡେରାବିଶ ଥାନା ଗୋଲରାହାଟ ପଞ୍ଚାୟତ ଅନ୍ତର୍ଗତ ପଣ୍ଡିତ ପାଟଣା ଗ୍ରାମର ରବି ନାରାୟଣ କରଙ୍କ ପୁଅ ନିତାଇ (୩୫)ଙ୍କ ମୃତଦେହ ଆଜି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନସ୍ଥ କୃଷ୍ଣଦାସପୁର ନିକଟ ରତ୍ନଗିରି ରେଳଷ୍ଟେସନ୍ ନିକଟରୁ ରେଳବାଇ ପୁଲିସ୍ ଉଦ୍ଧାର କରିଛି । ମୃତକ ନିତାଇ ବାଙ୍ଗାଲୋରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଗତ ତିନିଦିନ ତଳେ ନିତାଇ ତାଙ୍କ ବସାଘରକୁ ଫେରିନଥିବା କଥା ତାଙ୍କ ସ୍ତ୍ରୀ ନିତାଇଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କ ପରାମର୍ଶ କ୍ରମେ ତାଙ୍କ ସ୍ତ୍ରୀ ବାଙ୍ଗାଲୋରରେ ରହୁଥିବା ଅଞ୍ଚଳର ଥାନାରେ ଏକ ନିଖୋଜ ଅଭିଯୋଗ ରୁଜୁ କରିଥିଲେ। ମାତ୍ର ଆଜି ଅପରାହ୍ନରେ ରତ୍ନଗିରି ଷ୍ଟେସନ୍ ଠାରୁ ୧୦୦ ମିଟର ଦୂରରେ ରେଳଲାଇନ୍ ଉପରେ ଜଣେ ଯୁବକଙ୍କ ମୃତଦେହ ରେଲୱେ ପୁଲିସ୍ ଉଦ୍ଧାର କରିଥିଲେ। ପରେ କୌଣସି ଉପାୟରେ ପୁଲିସ୍ ଯୁବକଙ୍କ ପରିଚୟ ପାଇଥିଲେ ଓ ସେ ଡେରାବିଶ ଥାନା ଅଞ୍ଚଳର ବାଙ୍ଗାଲୋରରେ ନିଖୋଜ ହୋଇଥିବା ଯୁବକ ନିତାଇ ବୋଲି ସନ୍ଦେହ କରି ନିତାଇଙ୍କ ପରିବାରକୁ ଖବର ଦେଇଥିଲେ। ଏହି ଖବର ପାଇ ନିତାଇଙ୍କ ପରିବାର ଘଟଣାସ୍ଥଳରେ ପହଞ୍ôଚ ନିତାଇଙ୍କ ଶବକୁ ଚିହ୍ନଟ କରିଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । କିଭଳି ଓ କେଉଁ ପରିସ୍ଥିତିରେ ନିତାଇଙ୍କ ମୃତ୍ୟୁ ହୋଇଛି ସେ ନେଇ ପରିବାର ଲୋକ ସନ୍ଦେହରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking