ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକାରେ ଟ୍ରାଙ୍କୁଲାଇଜ ହେଲା ଅସୁସ୍ଥ ଦନ୍ତାହାତୀ । ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଆରମ୍ଭ କରାଯାଇଛି । ଓୟୁଏଟି ଓ ନନ୍ଦନକାନନ ଟିମ ଦ୍ୱାରା ଚିକିତ୍ସା ଆରମ୍ଭ କରାଯାଇଛି । ଚିକିତ୍ସାରୁ ଜଣାପଡିବ ବାମ ଗୋଡ ଫୁଲିବାର କାରଣ । ଗୁଳିମାଡ, ତୀରମାଡ ନା ସଂକ୍ରମଣ କାରଣ ସ୍ପଷ୍ଟ ହେବ । ଗତ ୩ରୁ ୪ ଦିନ ହେଲା ଅସୁସ୍ଥ ଅବସ୍ଥାରେ ଘୁରି ବୁଲୁଛି ଦନ୍ତାହାତୀ । କାଲି ରେସ୍କ୍ୟୁ ସମୟରେ ଫରେଷ୍ଟରଙ୍କ ସମେତ ୨ ଜଣ ଆହତ ହୋଇଥିଲେ ।









