21.1 C
Bhubaneswar
Wednesday, December 17, 2025
Homeଓଡିଶାମାନସିକ ଅବସାଦର ଚରମ ସୀମାରେ ପହଁଚିଛି ବିଜେଡି: ବିରଂଚି ନାରାୟଣ ତ୍ରିପାଠୀ

ମାନସିକ ଅବସାଦର ଚରମ ସୀମାରେ ପହଁଚିଛି ବିଜେଡି: ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର: ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖିତ ହେଲା ପରେ ମାନସିକ ଅବସାଦର ଚରମ ସୀମାରେ ପହଁଚିଛି ବିଜେଡି । ଶେଷାବସ୍ଥାରେ ଯେମିତି କଂସଙ୍କୁ ଚାରି ଆଡେ କୃଷ୍ଣ କୃଷ୍ଣ ଦେଖାଯାଉଥିଲେ ସେମିତି ବିଜେଡିକୁ ବିଜେପି ଭୟ ଘାରିଛି । ଅପ୍ରସଙ୍ଗକୁ ପ୍ରାସଙ୍ଗିକତା କରିବାକୁ ଯାଇ ଗଣମାଧ୍ୟମରେ ବାଉଳିଚାଉଳି ହେଉଛି ବିଜେଡି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବିବୃତି ଜରିଆରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ କେଉଁ ସ୍ଥାନକୁ ନଯାଇ ଘରେ ବସି ନିଷ୍ପତି ନେଉଥିଲେ । କେବଳ ନିର୍ବାଚନୀ ସମୟରେ ପ୍ରଚାର ପାଇଁ ପଦାକୁ ଆସୁଥିଲେ । ଦିଲ୍ଲୀ ଗଲେ ପୈତୃକ ଘରେ ରହୁଥିଲେ । ତାଙ୍କୁ ଘରର ଆବଶ୍ୟକତା ପଡୁନଥିଲା । ତେଣୁ ସେମାନେ ଜାଣିବେ ବା କେମିତି? ବର୍ତମାନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସରକାର ଲୋକଙ୍କ ବିକାଶ ପାଇଁ କାମ କରୁଛନ୍ତି । କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରଖି ଓଡିଶା ସରକାର କାମ କରୁଛନ୍ତି । ଆବଶ୍ୟକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାଲିବା ପାଇଁ ଦିଲ୍ଲୀରେ ଓଡିଶା ସରକାର ଘର ପାଇଛନ୍ତି । କେବଳ ଓଡିଶା ନୁହେଁ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆସାମ, ମହାରାଷ୍ଟ୍ର, ଉତରାଖଣ୍ଡ, ରାଜସ୍ତାନ ମଧ୍ୟ ଦେଶର ରାଜଧାନୀ ଦିଲ୍ଲୀରେ କାର୍ଯ୍ୟାଳୟ ପାଇଁ ଘର ପାଇଛନ୍ତି ।

ବିଜେଡି ବୋଧେ ଭୁଲି ଯାଉଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ନିଜସ୍ୱ ଘର ‘ନବୀନ ନିବାସ’ ସାମ୍ନାରେ ଥିବା ସର୍ବସାଧାରଣ ରାସ୍ତାକୁ ମିଶାଇ ବ୍ୟାରିକେଡ କରି ରାସ୍ତା ବନ୍ଦ କରିଥିଲେ । ଏୟାରପୋର୍ଟ ପାଚେରୀ ଭାଙ୍ଗିଥିଲେ । ଏହାଫଳରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିଲେ । ଏପରିକି ଗୁମାସ୍ତାଙ୍କ ପାଇଁ ତାଙ୍କ ସରକାର ବେଳେ କେତେ ପୋଲିସ ସୁରକ୍ଷା ଯୋଗାଇ ଦେଇଥିଲା ତାହା ବୋଧେ ବିଜେଡି ଭୁଲିଯାଇଛି । ଓଡିଶାବାସୀ ବିଜେଡିକୁ ପ୍ରମୁଖ ବିରୋଧୀ ଦଳ ଆସନରେ ବସାଇଛନ୍ତି । ଗତ ୧୭ ମାସ ଭିତରେ ବିଧାନସଭା ଅଧିବେଶନରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଓଡିଶା ସ୍ୱାର୍ଥ ସମ୍ବନ୍ଧିତ କେତେ ପ୍ରସଙ୍ଗ ଉଠାଇଛନ୍ତି ତାହା ଆତ୍ମସମୀକ୍ଷା କରିବା ଉଚିତ୍ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ବିଜେଡି ଏକ ଅସ୍ତଗାମୀ ରାଜନୈତିକ ଦଳ । ତେଣୁ ମାନସିକ ଭାରସାମ୍ୟ ହରାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେଡି । ଏହା ବିଜେଡିର ହତାସାର ପରିଚୟ । ଓଡିଶାରୁ ଲୋପ ପାଇବାକୁ ଯାଉଛି ବିଜେଡି ସେଥିପାଇଁ ବାଚଳାମି କରୁଛି । କେହି ଆଉ ବିଜେଡିକୁ ଯାଉନାହାଁନ୍ତି । ଗତ କିଛି ମାସ ହେବ ପଂଚାୟତସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ ବିଜେଡି ଛାଡି ବିଜେପି ମୁହାଁ ହେଉଛନ୍ତି । ଗଣମାଧ୍ୟମରେ ରହିବା ପାଇଁ ଏଭଳି ବିଜେଡି କହୁଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking