20.1 C
Bhubaneswar
Monday, February 9, 2026
Homeଓଡିଶାଜାନୁଆରୀ ୬ରୁ ପକ୍ଷୀ ଗଣନା: ମନ୍ତ୍ରୀ

ଜାନୁଆରୀ ୬ରୁ ପକ୍ଷୀ ଗଣନା: ମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା । ଚିଲିକା, ନଳବନ, ମଙ୍ଗଳାଯୋଡି, ହୀରାକୁଦ, ନନ୍ଦନକାନନରେ ଗଣନା ହେବ । ଏନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଗଣନାରେ ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ । ପକ୍ଷୀ ସଂରକ୍ଷଣ, ଆଧୁନିକ ୱାଚ ଟାୱାର, ଏନକ୍ଲୋଜର ନିର୍ମାଣ ହେବ । ଶିକାରୀମାନଙ୍କ ଗତିବିଧି ରୋକିବା ପାଇଁ ନଜର ରଖାଯିବ ।

ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ପର୍ଯ୍ୟଟନ ବିଭାଗ ମଧ୍ୟ ସହଯୋଗ କରିବ। ପକ୍ଷୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଉଭୟ ବିଭାଗ ମିଳିତ ଭାବେ କାର୍ଯ୍ୟ  କରିବେ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଜଳବାୟୁ ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ବେଶ୍ ଅନୁକୂଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।ପକ୍ଷୀମାନଙ୍କ ସଂରକ୍ଷଣ ଏବଂ ପର୍ୟ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଭିନ୍ନ ସ୍ଥାନରେ ଆଧୁନିକ ୱାଚ୍ ଟାୱାର ଏବଂ ଏନକ୍ଲୋଜର ନିର୍ମାଣ କରାଯିବ। ଏହାଦ୍ୱାରା ପର୍ଯ୍ୟଟକମାନେ ସୁବିଧାରେ ପକ୍ଷୀ ଦେଖିପାରିବେ। ଅନ୍ୟପକ୍ଷରେ, ପକ୍ଷୀ ଶିକାର ରୋକିବା ପାଇଁ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ। ଶିକାରୀମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking