ଜୟପୁର: ସେବାଶ୍ରମରେ ନାମଫଳକ ପଡି ତୃତୀୟ ଶ୍ରେଣୀ ଛାତ୍ର ମୃତ । ଏହି ଘଟଣାରେ ଆଉ ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ଏର୍ପ୍ୟନ୍ତ ମିଳି ପାରିନାହିଁ । କୋଟପାଡ ବ୍ଲକ ଢାମଣାହାଣ୍ଡି ଗାନ୍ଧୀନଗର ସେବାଶ୍ରମରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ବିଡିଓ ଓ ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି । ଏହି ଅଘଟଣ ପାଇଁ ଦାୟୀ କିଏ ସେନେଇ ତଦନ୍ତ କରୁଛି ପୋଲିସ ।










