25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ତେଜୁଛି ଧାର୍ମିକ ସ୍ଥଳୀ ନିର୍ମାଣ ବିବାଦ

ପଶ୍ଚିମବଙ୍ଗରେ ତେଜୁଛି ଧାର୍ମିକ ସ୍ଥଳୀ ନିର୍ମାଣ ବିବାଦ

ମୁର୍ଶିଦାବାଦ: ପଶ୍ଚିମବଙ୍ଗରେ ବାବ୍ରୀ ମସ୍‌ଜିଦ୍ ଭଳି ଏକ ମସ୍‌ଜିଦ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପଡ଼ିସାରିଛି। ନିଲମ୍ବିତ ଟିଏମ୍‌ସି ବିଧାୟକ ହୁମାୟୁନ କବୀର ମୁସଲିମ ବହୁଳ ମୁର୍ଶିଦାବାଦର ରେଜିନଗରରେ ଏହି ମସ୍‌ଜିଦର ଭିତ୍ତିପ୍ରସ୍ତର ସ୍ଥାପନା କରାଇଛନ୍ତି। ତେବେ ଏପ୍ରକାର ଏକ କାର୍ଯ୍ୟକ୍ରମକୁ ନେଇ ମୁର୍ଶିଦାବାଦ ଜିଲ୍ଲାରେ ଉତ୍ତେଜନା ଜାରି ରହିଥିବାରୁ, ଏହି କାର୍ଯ୍ୟକ୍ରମ କଡା ସୁରକ୍ଷା ମଧ୍ୟରେ ସମ୍ପନ୍ନ ହୋଇଥିଲା। ତେବେ ଏହାକୁ ନେଇ କିଛିକାଂଶରେ ବୟାନବାଜି ଜାରି ରହିଥିବା ବେଳେ ବିଜେପି ନେତା ସଞ୍ଜୟ ପୋୟରା ମୁର୍ଶିଦାବାଦ୍‌ର ବଞ୍ଜାଟିଆ ମନିନ୍ଦ୍ରନଗରରେ ଏକ ରାମ ମନ୍ଦିର ନିର୍ମାଣ ନେଇ ଘୋଷଣା କରିଛନ୍ତି। ଏହି ଘଟଣା ଏବେ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ସିଧାସଳଖ କହିଲେ ହିନ୍ଦୁ-ମୁସଲିମ୍ ଗୋଷ୍ଠୀ ଏବେ ଦୁଇ ଭାଗ ହୋଇ ମସଜିଦ୍ ଓ ନିର୍ମାଣ କରିବାର ଲଢ଼େଇରେ ନିୟୋଜିତ ହୋଇଛନ୍ତି।

ରିପୋର୍ଟ ଅନୁସାରେ ବିଧାନଗର ଅଞ୍ଚଳରେ ଏକ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଥିବା ନେଇ ବିଭିନ୍ନ ଛକ ସ୍ଥାନଗୁଡ଼ିକରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ଅଯୋଧ୍ୟା ରାମ ମନ୍ଦିର ପରି ଏଠାରେ ଏକ ବିଶାଳ ରାମ ମନ୍ଦିର ଓ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ଘୋଷଣା କରାଯାଇଛି। ପୋଷ୍ଟରଗୁଡ଼ିକରେ ସ୍ଥାନୀୟ ବିଜେପି ନେତା ଏବଂ ପୂର୍ବତନ ୟୁନିଟ୍‌ର ସଭାପତି ସଞ୍ଜୟ ପୋୟରାଙ୍କ ନାମ ରହିଥିବାର ମଧ୍ୟ ଦେଖିବାକୁ ମିଳିଛି। ମନ୍ଦିର ସହ ନିର୍ମାଣ ହେବାକୁ ଥିବା କମ୍ପେ୍ଲକ୍ସରେ ଏକ ସ୍କୁଲ, ଏକ ହସ୍ପିଟାଲ ଏବଂ ଏକ ବୃଦ୍ଧାଶ୍ରମ ଭଳି ସୁବିଧାକେନ୍ଦ୍ର ମଧ୍ୟ ସ୍ଥାପନ କରାଯିବା ସମ୍ପର୍କରେ ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା। ଏହାସହ ଏସବୁକୁ ନିର୍ମାଣ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ବାସିନ୍ଦାଙ୍କୁ ମାତ୍ର ଗୋଟିଏ ଟଙ୍କା ଦାନ କରିବାକୁ ଅନୁରୋଧ ମଧ୍ୟ କରାଯାଇଥିଲା।

ପ୍ରକାଶ, ପୋଏରା ଘୋଷଣା କରିଛନ୍ତି ଯେ, “ରାମ ମନ୍ଦିର ବିନା ରାମଙ୍କ ରାଜ୍ୟ ଅସମ୍ପୂର୍ଣ୍ଣ। ଅଯୋଧ୍ୟା ପରି ବିଧାନଗରରେ ଆଉ ଏକ ରାମ ମନ୍ଦିର ନିର୍ମାଣ ହେବ। ଏହି ମନ୍ଦିରର ଭିତ୍ତିପ୍ରସ୍ତର ମାର୍ଚ୍ଚ ୨୬ ତାରିଖ ରାମ ନବମୀ ଦିନ ସ୍ଥାପନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। କେବଳ ମନ୍ଦିର ନୁହେଁ ଏହାସହିତ ଏକ ସ୍କୁଲ, ହସ୍ପିଟାଲ ଏବଂ ବୃଦ୍ଧାଶ୍ରମ ମଧ୍ୟ ନିର୍ମାଣ କରାଯିବ ବୋଲି ସଞ୍ଜୟ କହିଛନ୍ତି। ପୋଏରାଙ୍କ କହିବାନୁସାରେ, କେବଳ ମନ୍ଦିର ନିର୍ମାଣ କରିବା ନୁହେଁ, ବରଂ ସମାଜକୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପରି ମୌଳିକ ସୁବିଧା ଯୋଗାଇବା ଆମର ଲକ୍ଷ୍ୟ ଅଟେ। ପଶ୍ଚିମବଙ୍ଗକୁ ମଧ୍ୟ ରାମରାଜ୍ୟରେ ପରିଣତ କରିବାକୁ ହେବ, ଏଥିପାଇଁ ସମସ୍ତ ହିନ୍ଦୁ ଏକଜୁଟ୍ ହେବାକୁ ପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking