25.1 C
Bhubaneswar
Friday, December 12, 2025
Homeଓଡିଶାଭୁବନେଶ୍ୱର ସତ୍ୟବିହାର ସ୍ଥିତ ବାରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର ସତ୍ୟବିହାର ସ୍ଥିତ ବାରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ବାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହୁତୁହୁତୁ ହୋଇ ଜଳୁଛି ବାର । ନିଆଁର ଏତେ ଜୋର ବ୍ୟାପିଥିଲା ଯେ, ଚାରିଆଡେ ପରିବେଶ ପୁରା ଧୂଆଁମୟ ହୋଇଯାଇଥିଲା । ପାଖରେ ଥିବା ଫର୍ଣ୍ଣିଚର ଦୋକାନକୁ ନିଆଁ ବ୍ୟାପି ସବୁ ନଷ୍ଟ ହୋଇଯାଇଛି । ତେବେ ବାରରେ ନିଆଁ କିପରି ଲାଗିଲା , ତାହାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଅଗ୍ନିଶମ ବାହିନୀ, ପଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳ ଗାଡି ନିୟୋଜିତ ଅଛନ୍ତି । ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା । ଅନ୍ୟପଟେ ଚିଫ ଫାୟାର ଅଫିସର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୮.୫୦ରେ ନିଆଁ ଲାଗିବା ଖବର ଆସିଥିଲା । ଘଟଣାସ୍ଥଳରେ ପହଞ୍ଚିବାର ବିଳମ୍ବ ହୋଇନି, ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି । ୯ଟା ୧୫ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ବିନା ଲାଇସେନ୍ସରେ ବାର ଚାଲିଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking