26.1 C
Bhubaneswar
Wednesday, March 4, 2026
Homeଓଡିଶାପିପିଲିରେ ମାତିଛନ୍ତି ବାଲି ମାଫିଆ

ପିପିଲିରେ ମାତିଛନ୍ତି ବାଲି ମାଫିଆ

ପିପିଲି: ପିପିଲିରେ ମାତିଛନ୍ତି ବାଲି ମାଫିଆ। ଭାର୍ଗବୀ ଓ ଦୟା ନଦୀ ର ବେଆଇନ ଘାଟରୁ ବାଲି ନେବାକୁ ଚାଲିଛି ପ୍ରତିଯୋଗିତା।ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ନଦୀ ସର୍ଯ୍ୟା ରୁ ଲୁଟ୍ ହେଉଛି ଶହ ଶହ ଟ୍ରିପ ବାଲି।ନଦୀରୁ ମେସିନ୍ ସହାୟତାରେ ବ୍ୟାପକ ପରିମାଣରେ ବାଲି ଉଠାଇ ଟ୍ରାକ୍ଟର ହାଇୱା ସହାୟତାରେ ଆଖପାଖ ଅଞ୍ଚଳରେ ଉଚ୍ଚଦରରେ ବିକ୍ରି କରୁଛନ୍ତି ମାଫିଆ। ନିୟମିତ ଭାବେ ଭାରୀ ଯାନବାହନ ଚଳାଚଳ ହେବାରୁ ଜବାଘାଟ ରାସ୍ତାରେ ବାଲି ଜମାହୋଇ ବିପଦସଂକୁଳ ହୋଇପଡ଼ିଛି। ଫଳରେ ଏଠାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି।ଚୋରା ବାଲିକୁ କେନ୍ଦ୍ର କରି ଆରମ୍ଭ ହେଲାଣି ଗୋଷ୍ଠୀ ସଂଘର୍ଷ,ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ଉଗ୍ରେଶ୍ଵର ଦେଉଳୀ ବାଲିଘାଟକୁ କେନ୍ଦ୍ରକରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ହୋଇଛି ଗଣ୍ଡଗୋଳ।ଉଭୟ ଗୋଷ୍ଠୀର ୫ଜଣ ଗୁରୁତର ହୋଇଥିଲା ବେଳେ ଆକ୍ରମଣରେ ଭାଙ୍ଗି ଯାଇଛି ଟ୍ରାକ୍ଟର। ବାଲିଘାଟକୁ ବିରୋଧ କରୁଥିବା ବ୍ୟକ୍ତି ଙ୍କୁ ମାଡ ମାରିବା ସହିତ ହତ୍ୟା ଧମକ ଦେବାକୁ ପଛାଉ ନାହାଁନ୍ତି ବାଲି ମାଫିଆ, ଗଣ୍ଡଗୋଳରେ ପ୍ରଶାସନ ବାଲି ମାଫିଆ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ’ନେଲେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking