ଭୁବନେଶ୍ୱର: ସାଧାରଣ ପ୍ରଶାସନ ସୋ କଜର ଉତ୍ତର ରଖିଲେ ସୁରେଶ ରାଉତରାୟ । ରାଜନୈତିକ ଆକ୍ରୋଶ ରଖି ନୋଟିସ କରାଯାଇଛି । ମୋ ପୁଅ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରିବାରୁ ମୋତେ ନୋଟିସ ହୋଇଛି । ୩ ବର୍ଷ ପୂର୍ବରୁ କେନ୍ଦ୍ର ଏହି ମେଡିକାଲ କଲେଜରେ ନାମଲେଖା ବାତିଲ ହୋଇଛି । ସେହି ସ୍ଥାନରେ ମେଡିକାଲ ଯୋଗ ଚାଲିଛି, ଆୟୁର୍ବେଦିକ ଗଛ ଚାଲିଛି । କିଛି ଦୋକାନ ବି ଅଛି, କିନ୍ତୁ କୌଣସି ସ୍ଥାନର ଅପବ୍ୟବହାର ହେଉନି । ଯେ କୌଣସି ସମୟରେ ବି ସରକାରୀ ଅଧିକାରୀ ଆସିକି ଯାଞ୍ଚ କରିପାରିବେ ।










