27.1 C
Bhubaneswar
Wednesday, December 10, 2025
Homeଓଡିଶାଭକ୍ତଙ୍କ ନେତୃତ୍ୱରେ ଦଳ ଉଧେଇବନି: ମୋକିମ

ଭକ୍ତଙ୍କ ନେତୃତ୍ୱରେ ଦଳ ଉଧେଇବନି: ମୋକିମ

ଭୁବନେଶ୍ୱର: ଭକ୍ତ ଦାସ ସଭାପତି ଥିବା ଯାଏଁ କଂଗ୍ରେସ ଉଧେଇପାରିବନି । ନୂଆପଡା ଉପନିର୍ବାଚନରୁ ସୂଚନା ମିଳି ସାରିଛି । ଆମ ସହ କୌଣସି ଆଲୋଚନା କରାଯାଉନି । କଂଗ୍ରେସର ଆମେ ସଚ୍ଚାକର୍ମୀ କହିଛନ୍ତି ମୋକିମ । ଆମେ କଂଗ୍ରେସକୁ ଯୋଡିଛୁ । ଅନ୍ୟପଟେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡିଲେ ମହମ୍ମଦ ମୋକିମ୍ । ଚିଠି ଲେଖି ଜଣାଇଛନ୍ତି ଯେ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ । ୩ ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ନେତୃତ୍ୱ । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମ ଠାରୁ ପୂରା ଅଲଗା । ଜୟ ପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧି ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ । ନୂଆପଡା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟ୍‌ରେ ହାରିଛି । ନୂଆପଡା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶଜନକ । ନିଜ ସଂସଦୀୟ କ୍ଷେତ୍ର ବିଶ୍ୱାସ କରୁନି, କର୍ମୀ ବିଶ୍ୱାସ ନକରିବା ସ୍ୱଭାବିକ । ସେ ଓଡିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ଅସମ୍ଭବ ବ୍ୟାପାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking