18.1 C
Bhubaneswar
Wednesday, February 4, 2026
Homeଓଡିଶା୭୭ ପ୍ରତିଶତ ପରିବାରକୁ ପାନୀୟଜଳ

୭୭ ପ୍ରତିଶତ ପରିବାରକୁ ପାନୀୟଜଳ

ଭୁବନେଶ୍ୱର: ୮୮.୬୬ ଲକ୍ଷ ପରିବାର ମଧ୍ୟରୁ ୬୮.୩୬ ଲକ୍ଷ ପରିବାରରେ ପାନୀୟଜଳ ପହଞ୍ଚିଛି। ଯାହା ମୋଟ ପରିବାରର ୭୭ ପ୍ରତିଶତ। ରାଜ୍ୟର ୧୫ ହଜାର ୪୨୦ ଗ୍ରାମରେ ସିଙ୍ଗଲ ଓ ମଲ୍ଟି ପ୍ରୋଜେକ୍ଟ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ପରିବାର ସହ ପ୍ରତିଷ୍ଠାନଗୁଡିକୁ ମଧ୍ୟ ପାନୀୟ ଜଳ ଦିଆଯାଉଛି। ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା ଦୂର ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସରକାର ୬୬୪୬ଟି ନୂତନ ନଳକୂପ ନିର୍ମାଣ କରୁଛନ୍ତି ବୋଲି ମଙ୍ଗଳବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି,ରାଜ୍ୟରେ ମୋଟ ୫ ଲକ୍ଷ ୨୭ ହଜାର ୬୯୪ଟି ନଳକୂପ କାର୍ଯ୍ୟକ୍ଷମ ଅଛି। ଏହାବ୍ୟତୀତ ୬୬୪୬ଟି ନୂତନ ନଳକୂପ ନିର୍ମାଣ କରାଯାଉଛି। ଯାଜପୁରରେ ସର୍ବାଧିକ ୧୧୨୧ ନଳକୂପ ଖନନ କରାଯାଉଥିବା ବେଳେ କନ୍ଧମାଳରେ ୮୦୫ଟି ନଳକୂପ ଖନନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking