17.1 C
Bhubaneswar
Tuesday, February 3, 2026
Homeଓଡିଶାଦେଢ ବର୍ଷରେ ମଲେଣି ୧୩୬ ହାତୀ

ଦେଢ ବର୍ଷରେ ମଲେଣି ୧୩୬ ହାତୀ

ଭୁବନେଶ୍ୱର: ରାଜ୍ୟରେ ଥମୁନି ହାତୀ ମଣିଷ ଲଢ଼େଇ। ଶିକାରୀ ଫାଶ ଓ ପ୍ରତିଶୋଧ ପରାୟଣତା ପାଇଁ ବଳି ପଡ଼ୁଛି ନିରୀହ ପଶୁ। ଯାହା ପାଇଁ ଦେଢ଼ ବର୍ଷରେ ମଲେଣି ୧୩୬ଟି ହାତୀ। ବିଧାନସଭାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। ଜଙ୍ଗଲ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଗତ ଦେଢ଼ ବର୍ଷ ଭିତରେ ୧୩୬ଟି ହାତୀଙ୍କ ମୃତ୍ୟୁ ହୋଇଛି। ଶିକାରୀ ଦ୍ୱାରା ୪ଟି, ଲୋକଙ୍କ ପ୍ରତିଶୋଧ ପରାୟଣତା ପାଇଁ ୪ଟି, ବିଦ୍ୟୁତ ଆଘାତରେ ୪୨ଟି, ଟ୍ରେନ୍ ଧକ୍କାରେ ୪ଟି, ରୋଗଗ୍ରସ୍ତ ହୋଇ ୩୧ଟି ଓ ଅନ୍ୟାନ୍ୟ ପ୍ରାକୃତିକ କାରଣ ପାଇଁ ୩୧ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେହିପରି ୨୦ଟି ହାତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହାତୀ ମୃତ୍ୟୁରେ ସଂଶ୍ଲିଷ୍ଟ ଥିବା ୯୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସମସ୍ତ କେସ୍‌କୁ ନିୟମିତ ତଦାରଖ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking