25.1 C
Bhubaneswar
Tuesday, February 3, 2026
Homeଓଡିଶାସରପଞ୍ଚଙ୍କ ଘରେ କଳା କନା ବୁଲେଇଲେ ଦୁର୍ବୃତ୍ତ

ସରପଞ୍ଚଙ୍କ ଘରେ କଳା କନା ବୁଲେଇଲେ ଦୁର୍ବୃତ୍ତ

ଦଶପଲ୍ଲା: ଆଜି ଦଶପଲ୍ଲା ଥାନା ଅଞ୍ଚଳରେ ଦୁଇ ଦୁଇଟି ଅଘଟଣ ଘଟିଛି। ଦଶପଲ୍ଲା ଥାନା ଅଧିନସ୍ଥ ୧୨ନମ୍ବର ୱାର୍ଡ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମ ସାଇ ମନ୍ଦିର ନିକଟରେ ଥିବା  ମୁକୁଳା  ଡ୍ରେନ୍  ଭିତରେ ପଡ଼ି  ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ରବି ନାହକ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କର ବୟସ ୨୮ବର୍ଷ। ସେ ଭୋର ସମୟ ରେ ନିକଟ ପୋଖରୀକୁ ନିତ୍ୟକର୍ମ ସାରିବାକୁ ଯାଉଥିବା ବେଳେ ଅନ୍ଧାରରେ  ମୁକୁଳା ଡ୍ରେନ ଭିତରେ ମୁହିଁ ମାଡ଼ି ପଡ଼ିଯାଇଥିବା ହେତୁ ତାଙ୍କର  ମୃତ୍ୟୁ ଘଟିଛି। ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଦଶପଲ୍ଲା ଥାନା ଭୋଗବାଡି ପଞ୍ଚାୟତ ସରପଞ୍ଚ ନିର୍ମଳା ସାହୁଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ରାତିରେ ପରିବାର ଲୋକଙ୍କ ସହ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଘର ଭିତରୁ ଲୁଟ୍ କରିଛନ୍ତି। ଠାକୁରଙ୍କ ପିତଳ ମୂର୍ତ୍ତି ଠାରୁ ଆରମ୍ଭ କରି ଜମିବାଡ଼ି ପଟ୍ଟା ମଧ୍ୟ ଲୁଟି ନେଇଛନ୍ତି। ସକାଳୁ ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking